Latest Odisha News

BREAKING NEWS

ଗାନ୍ଧି ଜୟନ୍ତୀରୁ ପ୍ଲାଷ୍ଟିକ ବ୍ୟବହାର ନିଷିଦ୍ଧ, ରାଜ୍ୟ ସରକାରଙ୍କ ନିର୍ଦ୍ଦେଶନାମା ଜାରି

ଭୁବନେଶ୍ୱର: ଅକ୍ଟୋବର ୨ ଗାନ୍ଧି ଜୟନ୍ତୀରୁ ରାଜ୍ୟର ପୁରୀ ସମେତ ୫ଟି ପୌରାଞ୍ଚଳରେ ନିଷିଦ୍ଧ ହେବାକୁ ନେଇ ରାଜ୍ୟ ସରକାର ଆଜି ଏକ ଡ୍ରାଫ୍ଟ ସହ ନିର୍ଦ୍ଦେଶନାମା ଜାରି କରଛନ୍ତି । ଫଳରେ ରାଜ୍ୟର ୬ଟି ସ୍ଥାନରେ ମ୍ୟୁନିସିପାଲିଟି ପକ୍ଷରୁ ଧାର୍ଯ୍ୟ ସୀମା ବାହାରେ ପ୍ଲାଷ୍ଟିକର ବ୍ୟବହାର ହୋଇପାରିବ ନାହିଁ ।

ରାଜ୍ୟ ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ଜାରି ହୋଇଥିବା ନିର୍ଦ୍ଦେଶନାମା ଅନୁଯାୟୀ ରାଜ୍ୟର ଭୁବନେଶ୍ୱର, କଟକ, ବ୍ରହ୍ମପୁର, ରାଉରକେଲା, ସମ୍ବଲପୁର ଏବଂ ପୁରୀ ପୌରାଞ୍ଚଳରେ ପଲିଥିନର ବିକ୍ରୀ, କ୍ରୟ, ଉତ୍ପାଦନ, ଆମଦାନୀ, ରପ୍ତାନୀ କିମ୍ବା ବଣ୍ଟନ ହୋଇପାରିବ ନାହିଁ ।

କେବଳ କମ୍ପୋଷ୍ଟେବଲ ପଲିଥିନକୁ ଛାଡ଼ି ଅଧଲିଟର ପାଣି ବୋତଲ, ଥର୍ମୋଥାଳି, ପ୍ଲାଷ୍ଟିକ ପାତ୍ର, ଚାମଚ, କପ, ପ୍ଲେଟ, ଗ୍ଲାସ କିମ୍ବା ପାଉଚ ବ୍ୟବହାର ନିଷିଦ୍ଧ ହୋଇଛି । କେବଳ ୫୦ ମାଇକ୍ରୋନରୁ କମ ହୋଇ ନଥିବା ପ୍ଲାଷ୍ଟିକ ସାମଗ୍ରୀ ବ୍ୟବହାର ଉପଯୋଗୀ ହୋଇପାରିବ ।

ପୌରାଞ୍ଚଳ ର ବିଭାଗୀୟ କର୍ତ୍ତୃପକ୍ଷ ନିଜ ସୀମା ମଧ୍ୟରେ ସମସ୍ତ ତଥ୍ୟ ଯାଞ୍ଚ କରିବା ସହିତ ବ୍ୟବହାର ହେଉଥିବା ଦେଖିଲେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ । ନିଷିଦ୍ଧ ପ୍ଲାଷ୍ଟିକ/ପଲିଥିନର ବ୍ୟବହାର ନକରିବାକୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରିବେ ପୌରାଞ୍ଚଳ କର୍ତ୍ତୃପକ୍ଷ ।

Leave A Reply

Your email address will not be published.