ନୟାଗଡ଼: ଦଶପଲ୍ଲା ଥାନା ଘୋଳାହାଣ୍ଡି ଗାଁରେ ଅଭାବନୀୟ ଘଟଣା। ପୋଖରୀରେ ଗାଧୋଇବା ବେଳେ ଅସାବଧାନତା ଯୋଗୁଁ ମା’ ଓ ଝିଅ ମୃତ। ଅପରାହ୍ନ ସମୟରେ ମା’ ଝିଅ ଗାଧେଇବାକୁ ପୋଖରୀକୁ ଯାଇଥିଲେ। ହେଲେ ଅସାବଧାନତା ଯୋଗୁଁ ପ୍ରଥମେ ଝିଅ ଓ ପରେ ମାଆ ପୋଖରୀରେ ବୁଡ଼ିଗଲେ। ମୃତକ ମା’ ରୀନା ପ୍ରଧାନ(୩୦ ବର୍ଷ) ଓ ଝିଅ ବର୍ଷା ପ୍ରଧାନ(୧୩ ବର୍ଷ )ବୋଲି ଜଣାପଡ଼ିଛି।
ସୂଚନାନୁସାରେ, ଗାଧୋଇବା ସମୟରେ ଝିଅଟି ଗଭୀର ପାଣିରେ ଖସିପଡିଥିଲା ଏବଂ ତାଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରୁଥିବା ବେଳେ ତାଙ୍କ ମାଆ ମଧ୍ୟ ବୁଡ଼ି ଯାଇଥିଲେ। ସେପଟେ ଉଭୟଙ୍କର ଘରକୁ ଫେରିବାରୁ ବିଳମ୍ୱ ହେବାରୁ ପାରିବାର ଲୋକ ଖୋଜା ଖୋଜି କରିଥଲେ। ପରେ ପୋଖରୀରୁ ମୃତ ଦେହ ଭାସୁଥିବାର ଦେଖିବାକୁ ମିଳିଥିଲା। ପରିବାର ଲୋକେ ମୃତଦେହ ଉଦ୍ଧାର କରି ଦଶପଲ୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇ ଭର୍ତ୍ତି କରାଇଥିଲେ। କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି।
ତେବେ ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ଘଟଣାସ୍ଥଳରେ ଦଶପଲ୍ଲା ପୋଲିସ ପହଞ୍ଚି ମୃତ ଦେହ ଜବତ କରି ତଦନ୍ତ କରିଛି। ଅନ୍ୟପଟେ ଶବ ବ୍ୟବଚ୍ଛେଦ ପାଇଁ ମୃତଦେହ ପଠାଇଛି ପୋଲିସ।
Comments are closed.