Latest Odisha News

BREAKING NEWS

ହମାସ ଆତଙ୍କବାଦୀଙ୍କ ହାତରେ କେମିକାଲ ଅସ୍ତ୍ର !

ତେଲ ଅଭୀବ: ହମାସ ଓ ଇସ୍ରାଏଲ ସେନା ମଧ୍ୟରେ ଲଢ଼େଇ ଥମିବାର ନାମ ଧରୁନି । ଇସ୍ରାଏଲ ରାଷ୍ଟ୍ରପତି ଇସହାକ ହର୍ଜୋଗଙ୍କ ଏକ ବୟାନ ଚାଂଚଲ୍ୟ ସୃଷ୍ଟି କରିଛି । ସେ କହିଛନ୍ତି ହମାସ ଆତଙ୍କବାଦୀଙ୍କ ଆତରେ କେମିକାଲ ଅସ୍ତ୍ର ରହିଛି । ଆତଙ୍କବାଦୀଙ୍କଠାରୁ ମିଳିଥିବା ଏକ ମ୍ୟାନୁଆଲରେ ଏ ସମ୍ପର୍କରେ ଉଲ୍ଲେଖ ରହିଛି । ଏଥିରେ ସାୟନାଇଡ ଅସ୍ତ୍ର କିପରି ପ୍ରସ୍ତୁତ କରାଯିବ ତାହା ଦର୍ଶାଯାଇଛି । ଅକ୍ଟୋବର ୭ରେ ଇସ୍ରାଏଲ ସୀମାରେ ପ୍ରବେଶ କରି ହମାସ ଆତଙ୍କବାଦୀ ନାରକୀୟ କାଣ୍ଡ ରଚିଥିଲେ । ସେବେଠାରୁ ଏହି କେମିକାଲ ଅସ୍ତ୍ର ପ୍ରସ୍ତୁତ ରଖିବା ପାଇଁ ହମାସଙ୍କୁ ତାଙ୍କ ନେତାମାନେ ନିର୍ଦ୍ଦେଶ ଦେଇଛନ୍ତି । ବର୍ତମାନ ଆମ ସେନା ଏହାର ତଦନ୍ତ ଜାରୀ ରଖିଛି ।

ସେମାନଙ୍କ ପାଖରେ ସତରେ ଏହି ଅସ୍ତ୍ର ଅଛି ନାଁ ଉଦ୍ଦେଶ୍ୟମୂଳକ ଭାବେ ଷଡଯନ୍ତ୍ର ରଚାଯାଇଛି ବୋଲି ରାଷ୍ଟ୍ରପତି ଆଶଙ୍କା ବ୍ୟକ୍ତ କରିଛନ୍ତି । ଅଲକାଏଦା ଗୋଷ୍ଠୀ ଏ ଭଳି ଅସ୍ତ୍ର ବ୍ୟବହାର କରୁଥିଲେ । ଏହାକୁ ତରଳ ଏବଂ ଗ୍ୟାସୀୟ ଅବସ୍ଥାରେ ଆକ୍ରମଣ କରାଯାଇ ପାରିବ । ଏହା ଦ୍ୱାରା ସମ୍ପୃକ୍ତ ଅଂଚଳ ବିଷାକ୍ତମୟ ପରିବେଶ ସୃଷ୍ଟି ହେବ ଅନେକ ଲୋକ ମୃତାହାତ ହେବେ ।

Leave A Reply

Your email address will not be published.