Latest Odisha News

BREAKING NEWS

ଭସାଣି ପାଇଁ ରାଜଧାନୀରେ କଟକଣା: କେଉଁ ରୁଟରେ ଗଡ଼ିବ ଗାଡ଼ି ଜାଣନ୍ତୁ

ଭୁବନେଶ୍ୱର:  ସରିଯିବ ଉତ୍ସବର ମାହେଲା । ମେଲାଣି ନେବ ମା’ । ଆସନ୍ତାକାଲି ଭସାଣି ।  ପୁଣି ଗୋଟିଏ ବର୍ଷର ଅପେକ୍ଷା ।  ଆସନ୍ତାକାଲି ଭସାଣି ପାଇଁ ପ୍ରସ୍ତୁତ ହେଉଛି  କମିଶନରେଟ ପୋଲିସ । ସେଥିପାଇଁ   ଆଜିଠାରୁ ଗାଇଡଲାଇନ ଜାରି କରାଯାଇଛି । କେତେବେଳେ ଭସାଣି,  କେଉଁ ରାସ୍ତାରେ ଗଡିବ ଯାନବାହନ ତାର ସମସ୍ତ ବିବରଣୀ ଜାରି କରିଛି କମିଶନରେଟ ପୋଲିସ ।

ପୋଲିସ କମିଶନର ଦେଇଥିବା ସୂଚନା ଅନୁଯାୟୀ,  ଆସନ୍ତାକାଲି ଅପରାହ୍ନ ୩ଟା ରୁ ଭସାଣୀ ଆରମ୍ଭ ହେବ ।   ଭସାଣି ବେଳେ ମୁଖ୍ୟ ରାସ୍ତାରେ ଯାନବାହାନ ଯିବାକୁ ଦିଆଯିବ ନାହିଁ । ଆସନ୍ତାକାଲି ରାତି ଗୋଟାଏ ପର୍ଯ୍ୟନ୍ତ ତଥା ଭସାଣୀ ଶେଷ ହେବା ପର୍ଯ୍ୟନ୍ତ ଯାନବାହନ କଟକଣା ଜାରି ରହିବ ବୋଲି କୁହାଯାଇଛି ।

ସୂଚନା ଅନୁସାରେ, ସହିଦ ନଗର ପଖାରୁ ଭସାଣ ବାହାରିବାବେଳେ  ବାଣୀବିହାରରୁ ରୂପାଲି ପର୍ଯ୍ୟନ୍ତ ଯାନବାହନ ଚଳାଚଳ ବନ୍ଦ ରହିବ। ସେହି ସମୟ ମଧ୍ୟରେ  ସମସ୍ତ ଯାନ ବାଣୀବିହାରରୁ ଆଚାର୍ଯ୍ୟବିହାର ଦେଇ ଯିବ । ସେହିପରି ଜନପଥ ରାସ୍ତାରେ ଯାନବାହନକୁ ସମ୍ପୂର୍ଣ୍ଣ ବନ୍ଦ ରହିବ ।   ସଚିବାଳୟ ରାସ୍ତା ଦେଇ  ଗାଡି ଚାଲିବ ବୋଲି ସୂଚନା ରହିଛି

। ସେହିପରି ନୟାପଲ୍ଳୀ ଭସାଣ ପାଇଁ ସିଆରପି ପଟୁ ଗାଡ଼ି ଏକାମ୍ର ପାର୍କ ଦେଇ ଯିବ । ଚନ୍ଦ୍ରଶେଖରପୁରରେ ଭସାଣ ବେଳେ କିଟ୍ ପଟୁ ନାଲକୋ ଛକ ପର୍ଯ୍ୟନ୍ତ  ଗାଡ଼ି ଚଳାଚଳ ବନ୍ଦ ରହିବ । ସେ ସମୟରେ ସବୁ ଗାଡ଼ି ନନ୍ଦନକାନନ ରାସ୍ତା ଦେଇ ଜୟଦେବବିହାର ଆଡେ ଯିବ  ।

 

 

 

Leave A Reply

Your email address will not be published.