Latest Odisha News

ଭାଲୁ ମୁହଁରୁ ଝିଅକୁ ବଞ୍ଚାଇଲା ମା’

ମାଲକାନଗିରି : ଭାଲୁ ମୁହଁରୁ ଝିଅର ଜୀବନ ବଞ୍ଚାଇବା ପାଇଁ ନିଜ ଜୀବନକୁ ବାଜି ଲଗାଇ ଦେଲେ ଜଣେ ମାଆ । ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ ଅନ୍ତର୍ଗତ ବଣ୍ଡାଘାଟିରେ ଦେଖିବାକୁ ମିଳିଛି ଏପରି ଏକ ଘଟଣା । ଆଜି ସକାଳେ ବଣ୍ଡା ଘାଟି ଉପରେ ଥିବା କିର୍ଷାନିପଡା ଗ୍ରାମର ସମାରି ଶିଶା ଏବଂ ତାଙ୍କ ଝିଅ ଚାଷ କାମ କରିବା ଲାଗି ଜଙ୍ଗଲ ରାସ୍ତା ଦେଇ ଜମିକୁ ଯାଇଥିଲେ । ତେବେ ଭୋର ସମୟରେ ହଠାତ୍ ଏକ ଭାଲୁ ଜଙ୍ଗଲ ଭିତରୁ ବାହାରି ଆସି ମା ଓ ଝିଅକୁ ଆକ୍ରମଣ କରିଥିଲା । ଝିଅ ଉପରେ ଭାଲୁଟି ଡେଇ ପଡିଥିବା ବେଳେ ମାଆ ଦିର୍ଘ ସମୟ ଧରି ଭାଲୁ ସହ ଲଢେଇ କରିଥିଲା ।

ସକାଳ ହେବା ପରେ ଭାଲୁଟି ଭୟରେ ଜଙ୍ଗଲ ଭିତରକୁ ଚାଲିଯାଇଥିଲା ହେଲେ ଭାଲୁ ଆକ୍ରମଣରେ ମାଆ ଓ ଝିଅ ଗୁରୁତର ହୋଇ ପଡିଥିଲେ । ଗାଁ ଲୋକେ ଜମିକୁ ଯାଉଥିବା ବେଳେ ଦୁହିଙ୍କ ଅବସ୍ତା ଦେଖି ୧୦୮ ଆମ୍ବୁଲାନ୍ସକୁ ଖବର ଦେଇଥିଲେ ହେଲେ ରାସ୍ତା ଖରାପ ଯୋଗୁଁ ଆମ୍ବୁଲାନ୍ସ ସେଠାରେ ପହଞ୍ଚି ପାରିନଥିଲା । ପରେ ଗାଁ ଲୋକେ ଭାରରେ ବୋହି ବୋହି ମାଆ ଓ ଝିଅଙ୍କୁ ଖୈରପୁଟ ମେଡିକାଲରେ ଆଣି ଭର୍ତ୍ତି କରିଥିଲେ । ତେବେ ସେମାନଙ୍କ ସ୍ବାସ୍ଥ୍ୟ ଅବସ୍ତା ଗୁରୁତର ଥିବାରୁ ଡାକ୍ତରଙ୍କ ପରାମର୍ଶ କ୍ରମେ ସେମାନଙ୍କୁ ମାଲକାନଗିରି ଜିଲ୍ଲା ସଦର ଚିକିତ୍ସାଳୟକୁ ସ୍ତାନାନ୍ତର କରାଯାଇଛି ।

Leave A Reply

Your email address will not be published.