ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ସରେ ଭାରତ ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିବା ସହ ଅଧିକ ପଦକ ଜିତିବ ବୋଲି ଗ୍ଲୋବାଲ ସ୍ପୋର୍ଟ୍ସସ ଡାଟା କମ୍ପାନୀ ଗ୍ରେସନୋଟ ଭବିଷ୍ୟବାଣୀ କରିଛି । ୨୦୧୨ ଲଣ୍ଡନ ଅଲିମ୍ପିକ୍ସରେ ଭାରତ ସର୍ବାଧିକ ୬ ପଦକ ଜିତିଥିଲା । ଏଥର ୧୭ ପଦକ ଭାରତ ଜିତିବ ବୋଲି ଭବିଷ୍ୟବାଣୀ କରାଯାଇଛି । ରିପୋର୍ଟ ମୁତାବକ ଭାରତୀୟ ଆଥଲେଟ ଶୁଟିଂରେ ୮, ବକ୍ସିଂରେ ୪, ରେସଲିଂରେ ୩ ଏବଂ ୱେଟଲିଫ୍ଟିଂ ଓ ତୀରନ୍ଦାଜରେ ଗୋଟିଏ ଲେଖାଁଏ ପଦକ ଜିତିବେ । ପୂର୍ବରୁ ଭାରତ ୨୦୦୮ ବେଜିଂ ଗେମ୍ସରେ ୬, ୨୦୧୬ ରିଓ, ୧୯୫୨ ହେଲସିଙ୍କ ଓ ୧୯୦୦ ପ୍ୟାରିସ ଅଲିମ୍ପିକ୍ସରେ ୨ଟି ଲେଖାଁଏ ପଦକ ଜିତିଥିଲା । ୧୯୨୮, ୧୯୩୨, ୧୯୩୬, ୧୯୪୮, ୧୯୫୨, ୧୯୫୬, ୧୯୬୪ ଓ ୧୯୮୦ରେ ଭାରତ ହକିରେ ପଦକ ଜିତିଥିଲା ।
କାହାଠାରୁ ରହିଛି ପଦକ ଆଶା: ଭାରତକୁ ଏଥର ଶୁଟିଂରେ ଅଧିକ ପଦକ ମିଳିବା ଆଶା ରହିଛି । ସୌରଭ ଚୌଧୁରୀ, ମନୁ ଭାକର, ଯଶସ୍ୱୀ ଦେସୱାଲ ଓ ସଞ୍ଜୀବ ରାଜପୁତଙ୍କ ପଦକ ଜିତିବା ସମ୍ଭାବନା ଅଧିକ ରହିଛି । ସେହିପରି ବକ୍ସିଂରେ ମେରୀ କମ ଓ ଅମିତ ପଙ୍ଘଲ, ରେସଲିଂରେ ଭିନେଶ ଫୋଗଟ, ବଜରଙ୍ଗ ପୁନିଆ ଏବଂ ତୀରନ୍ଦାଜରେ ଦୀପିକା କୁମାରୀ ପଦକ ଜିତିବେ ଉପରୋକ୍ତ ସଂସ୍ଥା ଭବିଷ୍ୟବାଣୀ କରିଛି ।
BREAKING NEWS
- Deepveer baby Devi: ନବମୀରେ ଦୀପିକା-ରଣବୀରଙ୍କ ଘରକୁ ଆସିଲେ ମା’ ଦୁର୍ଗା, ନାଁ ରଖିଲେ ‘ଦେବୀ’!
- ଆସୁଛି ଆଉ ଏକ ଲଘୁଚାପ, ଜାଣନ୍ତୁ ଓଡ଼ିଶାରେ ପ୍ରଭାବ…
- କୋଟିଆ ଉପରେ ନିୟମିତ ନଜର ରଖିବେ ଜିଲ୍ଲାପାଳ ଓ SP
- ରାଜଧାନୀରେ ଦୁର୍ଗାପୂଜା ଭସାଣୀରେ ବାଜିବନି DJ
- ପୂର୍ବତନ କ୍ରିକେଟର ତଥା ସାଂସଦ ୟୁସୁଫ ପଠାଣଙ୍କୁ ଗୁଜୁରାଟ ସରକାରଙ୍କ ବଡ ଉପହାର
- ବିସ୍କୁଟରେ ମିଶୁଛି ଚୋକଡ, କ୍ଷୀରରେ ଡ଼ିଟରଜେଣ୍ଟ; ଏଫଏସଏସଏଆଇ ବଡ଼ କାର୍ଯ୍ୟାନୁଷ୍ଠାନ…
- ଭୁବନେଶ୍ୱର ବିମାନବନ୍ଦରରୁ ୩ କୋଟିର ଗଞ୍ଜେଇ ଜବତ, ୩ ଅଟକ…
- ଟାଇଗର ଶ୍ରଫ୍ଙ୍କୁ ଫାୟାରିଂ ପଛର ସତ୍ୟ ବାହାର କଲା ପୋଲିସ: ଚାକିରି ଓ ଟଙ୍କା ଲୋଭରେ କରାଯାଇଥିଲା ଆକ୍ରମଣ
- ଦେଶବାସୀଙ୍କୁ ମୋହନ ଭାଗବତଙ୍କ ସମ୍ୱୋଧନ: କହିଲେ, ଏକତା ଓ ପ୍ରଗତି ରାସ୍ତାରେ ଆମେ ଆଗକୁ ବଢ଼ିବା ଦରକାର
- ରେଲୱେ ଟ୍ରାକ ନିକଟରେ କୁମ୍ଭୀର, ଚିନ୍ତାରେ ଲୋକେ

Comments are closed.