ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ସରେ ଭାରତ ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିବା ସହ ଅଧିକ ପଦକ ଜିତିବ ବୋଲି ଗ୍ଲୋବାଲ ସ୍ପୋର୍ଟ୍ସସ ଡାଟା କମ୍ପାନୀ ଗ୍ରେସନୋଟ ଭବିଷ୍ୟବାଣୀ କରିଛି । ୨୦୧୨ ଲଣ୍ଡନ ଅଲିମ୍ପିକ୍ସରେ ଭାରତ ସର୍ବାଧିକ ୬ ପଦକ ଜିତିଥିଲା । ଏଥର ୧୭ ପଦକ ଭାରତ ଜିତିବ ବୋଲି ଭବିଷ୍ୟବାଣୀ କରାଯାଇଛି । ରିପୋର୍ଟ ମୁତାବକ ଭାରତୀୟ ଆଥଲେଟ ଶୁଟିଂରେ ୮, ବକ୍ସିଂରେ ୪, ରେସଲିଂରେ ୩ ଏବଂ ୱେଟଲିଫ୍ଟିଂ ଓ ତୀରନ୍ଦାଜରେ ଗୋଟିଏ ଲେଖାଁଏ ପଦକ ଜିତିବେ । ପୂର୍ବରୁ ଭାରତ ୨୦୦୮ ବେଜିଂ ଗେମ୍ସରେ ୬, ୨୦୧୬ ରିଓ, ୧୯୫୨ ହେଲସିଙ୍କ ଓ ୧୯୦୦ ପ୍ୟାରିସ ଅଲିମ୍ପିକ୍ସରେ ୨ଟି ଲେଖାଁଏ ପଦକ ଜିତିଥିଲା । ୧୯୨୮, ୧୯୩୨, ୧୯୩୬, ୧୯୪୮, ୧୯୫୨, ୧୯୫୬, ୧୯୬୪ ଓ ୧୯୮୦ରେ ଭାରତ ହକିରେ ପଦକ ଜିତିଥିଲା ।
କାହାଠାରୁ ରହିଛି ପଦକ ଆଶା: ଭାରତକୁ ଏଥର ଶୁଟିଂରେ ଅଧିକ ପଦକ ମିଳିବା ଆଶା ରହିଛି । ସୌରଭ ଚୌଧୁରୀ, ମନୁ ଭାକର, ଯଶସ୍ୱୀ ଦେସୱାଲ ଓ ସଞ୍ଜୀବ ରାଜପୁତଙ୍କ ପଦକ ଜିତିବା ସମ୍ଭାବନା ଅଧିକ ରହିଛି । ସେହିପରି ବକ୍ସିଂରେ ମେରୀ କମ ଓ ଅମିତ ପଙ୍ଘଲ, ରେସଲିଂରେ ଭିନେଶ ଫୋଗଟ, ବଜରଙ୍ଗ ପୁନିଆ ଏବଂ ତୀରନ୍ଦାଜରେ ଦୀପିକା କୁମାରୀ ପଦକ ଜିତିବେ ଉପରୋକ୍ତ ସଂସ୍ଥା ଭବିଷ୍ୟବାଣୀ କରିଛି ।
BREAKING NEWS
- Redeveloped Kalinga Studio:ପୁନର୍ବିକଶିତ ଅତ୍ୟାଧୁନିକ ‘କଳିଙ୍ଗ ଷ୍ଟୁଡିଓ’ର ଭବ୍ୟ ଲୋକାର୍ପଣ;ରହିଛି ସ୍ନୋ-ହାଉସ୍ ସହ ଏହି ସମସ୍ତ ବ୍ୟବସ୍ଥା
- ରଣଜୀ ଟ୍ରଫି: ଓଡିଶା ଦଳ ଘୋଷଣା, ଶୁଭ୍ରାଂଶୁଙ୍କୁ ପୂନର୍ବାର ଅଧିନାୟକ ଦାୟିତ୍ୱ
- Passenger carrying precious stones:କଷ୍ଟମ୍ସ ବିଭାଗର ବଡ଼ କାର୍ଯ୍ୟାନୁଷ୍ଠାନ;ବ୍ୟାଙ୍କକରୁ କୋଟିକୋଟି ମୂଲ୍ୟର ମୂଲ୍ୟବାନ ପଥର ଆଣୁଥିବା ଯାତ୍ରୀ ଗିରଫ
- ଭାଇରାଲ ହେଉଛି ଗିଲଙ୍କ ମଜାଦାର ବୟାନ
- ଅପେକ୍ଷାର ଘଟିବ ଅନ୍ତ: ଖୁବଶୀଘ୍ର ହେବ SI ପଦବୀ ଲାଗି ସାନି ପରୀକ୍ଷା
- Suspicious death of film director:ହୋଟେଲ୍ ରୁମ୍ରୁ ଓଡ଼ିଆ ଫିଲ୍ମ ନିର୍ଦ୍ଦେଶକଙ୍କ ମୃତଦେହ ଉଦ୍ଧାର
- ଏଲଏ୨୮ ଅଲିମ୍ପିକ୍ସ ପାଇଁ ହାଙ୍ଗଝୋଉ ଅପେକ୍ଷା ଆଇଚି-ନାଗୋୟା ଏସୀୟ କ୍ରୀଡ଼ା ଭାରତ ପାଇଁ ଅଧିକ ସଫଳ
- ନ୍ୟୁଜିଲାଣ୍ଡ ଗସ୍ତ ପାଇଁ ଏକାସାଙ୍ଗରେ ବଛାଯିବ ୪ଟି ଭାରତୀୟ ଦଳ; ସିଲେକ୍ଟରଙ୍କ ଆଗରେ ବଡ଼ ଚ୍ୟାଲେଞ୍ଜ
- ଖଲ୍ଲିକୋଟ କଲେଜ ବିଶ୍ୱବିଦ୍ୟାଳୟରେ ଉତ୍ତେଜନା: ଦୁଇ ଛାତ୍ର ଗୋଷ୍ଠୀ ମୁହାଁମୁହିଁ, ଥାନାରେ ୯ ଅଟକ
- Balianta Soumya Murder Case: ବହୁଚର୍ଚ୍ଚିତ ସୌମ୍ୟ ହତ୍ୟା ମାମଲା:ଆକ୍ରମଣର ଶିକାର ଝିଅଙ୍କର ହେବ ଲାଏ ଡିଟେକ୍ସନ ଟେଷ୍ଟ

Comments are closed.