Latest Odisha News

BREAKING NEWS

କରୋନାରେ ପ୍ରାଣ ହରାଉଥିବା ଅଧିକ ଲୋକ ଟିକାକୃତ: ରିପୋର୍ଟ

ବାଥ୍ : ସମ୍ପ୍ରତି ଏକ ନୂଆ ତଥ୍ୟ ପ୍ରକାଶ ପାଇଛି। ଯାହାକୁ ନେଇ ଚିନ୍ତା ବଢିଛି। ଏଥିରେ ଦର୍ଶାଯାଇଛି ଯେ କରୋନା ଟିକା ନେଇନଥିବା ଲୋକଙ୍କ ଅପେକ୍ଷା ଟିକା ନେଇଥିବା ଲୋକ ଅଧିକ କରୋନାରେ ମୃତ୍ୟୁବରଣ କରୁଛନ୍ତି। ଏ ନେଇ ଜନସ୍ୱାସ୍ଥ୍ୟ ଇଂଲଣ୍ଡ (PHE) ର ଏକ ରିପୋର୍ଟରେ ପ୍ରକାଶ ପାଇଛି।

ଟିକାକରଣ କରିନଥିବା ଲୋକଙ୍କ ଅପେକ୍ଷା ଅଧିକ ଟିକାକୃତ ଲୋକ କରୋନାରେ ପ୍ରାଣ ହରାଉଛନ୍ତି। ରିପୋର୍ଟରେ ଦର୍ଶାଯାଇଛି ଯେ ଫେବୃଆରୀ ୧ ରୁ ଜୁନ୍ ୨୧ ମଧ୍ୟରେ ଡେଲ୍ଟା ଭାରିଆଣ୍ଟରେ ମୃତ୍ୟୁବରଣ କରିଥିବା ୨୫୭ ଜଣଙ୍କ ମଧ୍ୟରୁ ୧୬୩ ଜଣ ଟିକା ଗ୍ରହଣ କରିଛନ୍ତି।

ତେବେ ଏହାର ଅର୍ଥ ନୁହେଁ ଯେ ମୃତ୍ୟୁ ସଂଖ୍ୟା ହ୍ରାସ କରିବାରେ ଟିକା ପ୍ରଭାବଶାଳୀ ନୁହେଁ ତାହା ବିଚାର କରିବା ଭୁଲ୍‌ ବୋଲି ରିପୋର୍ଟ କୁହାଯାଇଛି।

Leave A Reply

Your email address will not be published.