ଚିକିତ୍ସା ବିଜ୍ଞାନର ଚମତ୍କାରିତା: ଝିଅର ଖୁସି ପାଇଁ ଶାଶୁଙ୍କ ଗର୍ଭରେ ବଢୁଛି ଜ୍ୱାଇଁର ସନ୍ତାନ
ଅଷ୍ଟ୍ରେଲିଆ: ଚିକିତ୍ସା ବିଜ୍ଞାନର ଚମତ୍କାରିତା, ଯାହା କଳ୍ପନା କରିବା ମଧ୍ୟ କଷ୍ଟକର । ଝିଅର ଖୁସି ପାଇଁ ଜଣେ ମହିଳା ନିଜ ଗର୍ଭରେ ଝିଅ- ଜ୍ୱାଇଁର ସନ୍ତାନକୁ ଧାରଣ କରିଛନ୍ତି । ତେବେ ଏ କ୍ଷେତ୍ରରେ ଏକ ଅସାଧାରଣ ଘଟଣା ଘଟିଛି,ଯାହା ଜାଣିଲେ ଆପଣ ଚକିତ ହୋଇଯିବେ ।
ଅଷ୍ଟ୍ରେଲିଆର ସିଡନୀରେ ରୁହନ୍ତି ୩୦ ବର୍ଷୀୟା କିର୍ଷ୍ଟି ବ୍ରାଇ । ବିବାହର ୩ ବର୍ଷ ପର୍ଯ୍ୟନ୍ତ ସେ ମାଆ ହୋଇପାରିଲେ ନାହିଁ । ଡ଼ାକ୍ତରଙ୍କୁ ଦେଖାଇବାରୁ ସେ କେବେ ମାଆ ହୋଇପାରିବେ ନାହିଁ ବୋଲି ଡ଼ାକ୍ତର କହିଲେ । ଏହା ଶୁଣିବା ପରେ ସେ ଅଧିକ ବିବ୍ରତ ହୋଇପଡ଼ିଲେ । ଡାକ୍ତରମାନେ ପରାମର୍ଶ ବି ଦେଲେ ଯେ, ଯଦି ଚାହିଁବେ ଆପଣଙ୍କ ମାଆ ତାଙ୍କ ଗର୍ଭାଶୟକୁ ଆପଣଙ୍କୁ ଦେଲେ ଆପଣ ପିଲା ଜନ୍ମ କରିପାରିବେ । ଏନେଇ ଘରେ ଆଲୋଚନା କରିଲେ । ଝିଅର ଖୁସି ପାଇଁ ୫୪ ବର୍ଷୀୟା ମାଆ ମିସେଲ ହେଟନ୍ ମଧ୍ୟ ଏଥିରେ ରାଜିି ହୋଇଥିଲେ । ୮ ଘଣ୍ଟାର ଅପରେସନ ପରେ ମିସେଲଙ୍କ ଗର୍ଭାଶୟ କିର୍ଷ୍ଟିଙ୍କ ଶରୀରରେ ପ୍ରତିରୋପଣ କରାଯାଇଥିଲା । ବର୍ତ୍ତମାନ କିର୍ଷ୍ଟି ୭ ମାସର ଗର୍ଭବତୀ ଅଛନ୍ତି । ଏବେ ଜ୍ୱାଇଁର ସନ୍ତାନ ଶାଶୁଙ୍କ ଗର୍ଭାଶୟରେ ବଢୁଛି । ଏହାକୁ ନେଇ କ୍ରିଷ୍ଟି ଓ ତାଙ୍କ ସ୍ୱାମୀ ଖୁସି ହେବା ସହ ଉଭୟଙ୍କ ପରିବାର ଲୋକ ମଧ୍ୟ ଖୁସି ହୋଇଛନ୍ତି ।
କିର୍ଷ୍ଟିଙ୍କ ଡାକ୍ତର ତଥା ସ୍ତ୍ରୀ ରୋଗ ବିଶେଷଜ୍ଞ ରେବିକା ଡିନ କହିଛନ୍ତି ଯେ, ଏହା ଅଷ୍ଟ୍ରେଲିଆରେ ପ୍ରଥମ ଥର ପାଇଁ ଘଟିଛି । କିର୍ଷ୍ଟୀ ଏକ ବିପଦପୂର୍ଣ୍ଣ ଗର୍ଭଧାରଣରେ ଥିବାରୁ ଆସନ୍ତା ମାସରୁ କିର୍ଷ୍ଟିଙ୍କ ଉପରେ ନଜର ରଖାଯିବ ।
ଝିଅଙ୍କ ମାଆ ମିସେଲ କହିଛନ୍ତି, ମୁଁ ମୋ ଝିଅକୁ ମାଆ ହେବାରେ ସାହାଯ୍ୟ କରୁଛି, ଏହାଠାରୁ ବଡ଼ ଖୁସି କ’ଣ ହୋଇପାରେ?
Comments are closed.