Latest Odisha News

BREAKING NEWS

ଦ କଶ୍ମୀର ଫାଇଲ୍ସ, କେରଳ ଷ୍ଟାରୀ ପରେ ଏବେ ଚର୍ଚ୍ଚାରେ ଦ ଡାଏରୀ ଅଫ ୱେଷ୍ଟବେଙ୍ଗଲ

କୋଲକାତା: ଦି କଶ୍ମୀର ଫାଇଲ୍ସ ଓ କେରଳ ଷ୍ଟୋରୀ ଫିଲ୍ମର ଅଦ୍ଭୁତପୂର୍ବ ସଫଳତା ପରେ ଦି ଡାଏରୀ ଅଫ ୱେଷ୍ଟବେଙ୍ଗଲକୁ ନେଇ ଚର୍ଚ୍ଚା ଜୋର ଧରିଛି । ସନୋଜ ମିଶ୍ର ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି । ଏବେଠାରୁ ତାଙ୍କୁ ଫିଲ୍ମ ରିଲିଜ ନ କରାଇଦେବା ପାଇଁ ଚାପ ପକାଗଲାଣି । ସେ ମଧ୍ୟ ଭୟରେ କହିଛନ୍ତି ମୋ ସହିତ କିଛି ଖରାପ ହୋଇପାରେ । ଦୀର୍ଘ ୨ ବର୍ଷ ହେବ ମୁଁ ଏହି ଫିଲ୍ମ ଉପରେ କାମ କରୁଛି । ମେ ୧୧ରେ ଏହାର କେବଳ ଟ୍ରେଲର ରିଲିଜ ହୋଇଛି । ଏହା ପରେ ପଶ୍ଚିମବଙ୍ଗ ସରକାର ମୋ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଉଦ୍ୟମ ଆରମ୍ଭ କରି ଦେଇଛି । ମୁଁ କୌଣସି ଦେଶଦ୍ରୋହୀ କିମ୍ବା ଆତଙ୍କବାଦୀ ନୁହେଁ । ଦୀର୍ଘ ଦିନ ଧରି ଗବେଷଣା କରିବା ପରେ ଏହି ଫିଲ୍ମ ନିର୍ମାଣ କରିଛି । ବ୍ରିଟିଶ ଶାସନ ବେଳଠାରୁ ଆରମ୍ଭ କରି କୋଲକତାରୁ କିପରି ଭାବେ ରାଜଧାନୀ ଅଧିକାର ଛଡା ଗଲା ତାହା ଏଥିରେ ଉଲ୍ଲେଖ କରିଛି । ରାଜ୍ୟ ସରକାର କଣ କଣ ଭୁଲ ନିଷ୍ପତି ନେଇଛନ୍ତି ସବୁ କିଛି ଏଥିରେ ରହିଛି ।

ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସରକାରଙ୍କ ବିପକ୍ଷରେ କିଛି ଏଥିରେ ନାହିଁ । ଏଥିରେ ସାଧାରଣ ଲୋକଙ୍କ ଅସୁବିଧା ସମ୍ପର୍କରେ ଆଲୋକପାତ କରାଯାଇଛି । ମୁଁ ବଙ୍ଗାଳୀ ଫିଲ୍ମ ସହିତ ଜଡିତ ନୁହେଁ । ମୋର ଦିଦିଙ୍କ ସହ କୌଣସି ଖରାପ ସମ୍ପର୍କ ନାହିଁ । ଦି କଶ୍ମୀର ଫାଇଲ୍ସ ଟାଇଟଲ ସହ ଏହା କିଛି ମାତ୍ରାରେ ମେଳ ଖାଉଥିବାରୁ ଏ ଭଳି ପରିସ୍ଥିତି ସୃଷ୍ଟି ହେଉଛି ବୋଲି ସେ କହିଛନ୍ତି ।

Leave A Reply

Your email address will not be published.