Latest Odisha News

BREAKING NEWS

ପାରିବାରିକ କଳହର କରୁଣ ପରିଣତି: ଜନ୍ମ କଲା ଦେଢ଼ ମାସର ପୁଅକୁ ହତ୍ୟା କଲା ପିଶାଚ ମାଆ

ମୟୁରଭଞ୍ଜ : ମୟୁରଭଞ୍ଜ ଜିଲ୍ଲା ବିଶୋଇ ଥାନା ବାଙ୍କିଡିହି ଗାଁରେ  ଅଭାବନୀୟ ଘଟଣା ଘଟିଛି । ସ୍ୱାମୀ ସ୍ତ୍ରୀ ଝଗଡାରୁ ନିଜ ସନ୍ତାନକୁ ହତ୍ୟା କରିଛି ଜନ୍ମ କଲା ମା। ବାଙ୍କିଡିହି ଗାଁରେ ସାଲାଇ ନାଏକଙ୍କ ଦେଢ଼ ମାସର ଶିଶୁପୁତ୍ରକୁ ହତ୍ୟା କରି କେନାଲକୁ ଫିଙ୍ଗି ଦେଇଛି ଜନ୍ମକଲା ମା ପାର୍ବତୀ ନାଏକ। କୌଣସି କାରଣରୁ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଝଗଡା ହେବାରୁ ଉତ୍ୟକ୍ତ ହୋଇ ଜୀବନ୍ତ ଶିଶୁପୁତ୍ରକୁ ମାଆ ଫିଙ୍ଗି ଦେଇଥିଲା  ।  ଆଜି କେନାଲରେ ଭାସୁଥିବାବେଳେ  ଶିଶୁର ମୃତଦେହ କୁ ଗାଁଲୋକେ ଉଦ୍ଧାର କରିଛନ୍ତି  । ପରେ ଖବର ପାଇ ବିଶୋଇ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତେଦହ ବ୍ୟବଚ୍ଛେଦ ପାଇଁ ରାଇରଙ୍ଗପୁର ହସ୍ପିଟାଲକୁ ପଠାଇଛି  । ସେପଟେ ଅଭିଯୁକ୍ତ ମାଙ୍କୁ ଗିରଫ କରି ପୋଲିସ ଅଧିକ ତଦନ୍ତ ଜାରି ରଖିଛି  ।

ସୂଚନା ମୁତାବକ ବାଙ୍କଡିହି ଗାଁର ସାଲାଇ ନାୟକ ଏବଂ ତାଙ୍କ ଦୁଇ ସ୍ତ୍ରୀ ଏକାଠି ରୁହନ୍ତି  । ସାଲାଇ ନାୟକ ,ବଂ ତାଙ୍କ ୨ୟ ପତ୍ନୀ  ପାର୍ବତୀ ନାୟକ ଙ୍କ ମଧ୍ୟରେ କୌଣସି ନା କୌଣସି କାରଣକୁ ନେଇ କଳହ ଲାଗିରହୁଥିଲା  । ଗତକାଲି  ଉଭୟ ସ୍ବାମୀ ଓ ସ୍ତ୍ରୀଙ୍କ ମଧ୍ୟରେ କୌଣସି କଥାକୁ ନେଇ ବଚସା ହୋଇଥିଲା । ଫଳରେ ଗତକାଲି ସାଲାଇ ହାଟକୁ ଯାଇଥିବା ବେଳେ ଦ୍ବିତୀୟ ପତ୍ନୀ ପାର୍ବତୀ  ନିଜ ଜନ୍ମକଲା ଦେଢମାସର  ଶିଶୁ ପୁତ୍ରକୁ ହତ୍ୟା  କରିବା ପରେ କେନାଲରେ ଫୋପାଡି ଦେଇଥିଲା  । ପୋଲିସ ଏ ନେଇ ଅଧିକ ତଦନ୍ତ ଜାରି ରଖିଛି  ।

 

Leave A Reply

Your email address will not be published.