Latest Odisha News

୧୪ ସନ୍ତାନର ମାଆ ହେଲେଣି ମହିଳା, ତଥାପି ଆହୁରି ଇଛା

ଲାସ୍ ଭେଗାସ୍ : ଆଜିକାଲିର ବ୍ୟସ୍ତବହୁଳ ଜୀବନ ଭିତରେ ଅଧିକାଂଶ ଦମ୍ପତ୍ତି ଗୋଟେ ସନ୍ତାନ କରିବାକୁ ପସନ୍ଦ କରୁଛନ୍ତି । କାଁ ଭାଁ ଦୁଇଟି ସନ୍ତାନ କରିବାକୁ ଆଗ୍ରହ ରଖୁଛନ୍ତି । ଏମିତି କି ଆଜିର ମହଙ୍ଗା ଦୁନିଆରେ ଦୁଇ ପିଲାଙ୍କୁ ପାଳିବା ମଧ୍ୟ କଷ୍ଟକର ହୋଇପଡ଼ୁଛି । କିନ୍ତୁ ଏମିତି ଜଣେ ମହିଳା ଅଛନ୍ତି ଯିଏ ୧୪ଟି ପିଲାର ମାଆ ହେବା ପରେ ବି ଆହୁରି ପିଲା କରିବାକୁ ସେ ଇଛା ରଖିଛନ୍ତି ।

ଲାସ୍ ଭେଗାସ୍‌ରେ ରୁହନ୍ତି କରେନ୍ ଏବଂ ତାଙ୍କ ସ୍ୱାମୀ ଡିଓନ୍ ଡେରିକୋ । ଉଭୟ ଉଭୟଙ୍କୁ ବହୁତ ଭଲ ପାଆନ୍ତି । କରେନ୍ ମାଆ ହେବାକୁ ପସନ୍ଦ କରନ୍ତି । ହେଲେ ବିବାହର କିଛି ବର୍ଷ ପର୍ଯ୍ୟନ୍ତ ମାଆ ହୋଇ ନ ପାରିବାରୁ ଡ଼ାକ୍ତରଙ୍କ ପରାମର୍ଶ ନେଲେ । ଡ଼ାକ୍ତରମାନେ ସେ ମାଆ ହେବା ଅସମ୍ଭବ ବୋଲି ସ୍ପଷ୍ଟ କରିଦେଲେ । ଏହାକୁ ନେଇ ଉଭୟ ସ୍ୱାମୀସ୍ତ୍ରୀ ଚିନ୍ତିତ ହୋଇପଡ଼ିଲେ । ପରେ କରିନା ଗର୍ଭଧାରଣ କଲେ । ପ୍ରଥମେ ସେ ଯାଆଁଳା ପିଲାକୁ ଜନ୍ମ ଦେଲେ । ତାହା ପରେ ସେ ଲଗାତାର ପିଲା ଜନ୍ମ କରିଚାଲିଲେ । ଏମିତି କି ଥରକେ ତିନୋଟି ସନ୍ତାନକୁ ମଧ୍ୟ ଜନ୍ମ ଦେଇଛନ୍ତି । ଏବେ ତାଙ୍କର ମୋଟ ୧୪ଟି ପିଲା ଅଛନ୍ତି । ତଥାପି ସେ ଆଗକୁ ଆହୁରି ପିଲା ଜନ୍ମ କରିବାକୁ ଇଛା ରଖିଛନ୍ତି ।

କରେନ୍ କୁହନ୍ତି, ଯେଉଁଠି ଡ଼ାକ୍ତରୀ ଚିକିତ୍ସା ଫେଲ ମାରୁଛି, ସେଠି ଭଗବାନ ଆମକୁ ସାହା ହୋଇଛନ୍ତି । ଏହା ହେଉଛି ଆମ ପ୍ରତି ଭଗବାନଙ୍କ ଆର୍ଶିବାଦ । ସେମାନେ ଆମକୁ ଯେତିକି ସନ୍ତାନ ଦେବେ ଆମେ ତାଙ୍କର ଠିକ୍ ସେ ଯତ୍ନ ନେବୁ । ବର୍ତ୍ତମାନ ସୁଦ୍ଧା ମୁଁ ୧୪ଟି ପିଲାର ମାଆ ହୋଇ ସାରିଥିଲେ ବି ମୋର ଇଛା ପୂରଣ ହୋଇନାହିଁ । ମୁଁ ଆଗକୁ ଆହୁରି ସନ୍ତାନ ଜନ୍ମ ମଧ୍ୟ ଦେବି । ମୋର ଏପରି କାର୍ଯ୍ୟକୁ ଲୋକମାନେ ପସନ୍ଦ କରନ୍ତି ନାହିଁ । ହେଲେ ଆମେ କାହାର କଥାକୁ ଧ୍ୟାନ ଦେଇ ନ ଥାଉ ।

ସୋସିଆଲ ମିଡ଼ିଆରେ ଏହା ପ୍ରଚାର ହେବା ପରେ ଲୋକମାନେ ଆମକୁ ଅପମାନିତ କରୁଛନ୍ତି । ଆମେ ଆମର ସମସ୍ତ ପିଲାମାନଙ୍କୁ ଭଲ ଭାବେ ପାଳି ପାରିବୁ ନାହିଁ । କିନ୍ତୁ ଆମେ ଜାଣିଛୁ ସେମାନଙ୍କୁ ଆମେ କିପରି ରଖିଛୁ ।

Leave A Reply

Your email address will not be published.