Latest Odisha News

BREAKING NEWS

ମୋସନ ସିକନେସକୁ ଏଡେଇବା ପାଇଁ ଆପଣାନ୍ତୁ ଏହି ଉପାୟ..

ଭୁବନେଶ୍ବର:କାର୍‌,ବସ୍, ଟ୍ରେନ ଆପଣଙ୍କୁ ବାନ୍ତି ଲାଗୁଛି କି? ଏହା ଫଳରେ ଭ୍ରମଣର ଖୁସି ଫିକା ପଡୁଛି । ଯେଉଁଥିପାଇଁ ଇଚ୍ଛା ଥାଇ ମଧ୍ୟ ବିଭିନ୍ନ ସ୍ଥାନ ବୁଲିବାକୁ ଯାଇପାରନ୍ତୁ ନାହିଁ । ଚିନ୍ତା କରନ୍ତୁନି, ଏମିତି କିଛି ଘରୋଇ ଟିପ୍ସ ଆପଣାଇ ଏହି ବାନ୍ତି ସମସ୍ୟା ଦୂର କରିପାରିବେ ।

ଗାଡିରେ ମୁଣ୍ଡ ବୁଲାଇବା ଓ ବାନ୍ତି ଲାଗିବାକୁ ମୋସନ ସିକନେସ୍ କୁହାଯାଏ । ଯେତେବେଳେ ଆପଣଙ୍କ ଆଖି, କାନ, ଶରୀର ମସ୍ତିଷ୍କକୁ ଭିନ୍ନ ଭିନ୍ନ ବର୍ତ୍ତା ପଠାଏ, ମସ୍ତିଷ୍କରେ ଭ୍ରମ ସ୍ଥିତି ସୃଷ୍ଟି ହୁଏ । ଏହି କାରଣରୁ ମୋସନ ସିକନେସ୍‌ର ଲକ୍ଷଣ ଯେମିତି ବାନ୍ତି ହେବା ଓ ମୁଣ୍ଡ ବୁଲେଇଥାଏ ।

ଗାଡିରେ ଯିବାବେଳେ ବାନ୍ତି ହେଉଥିଲେ ଓ ମୁଣ୍ଡ ବୁଲାଉଥିଲେ ଅଦାର ଏକ ଛୋଟ ଖଣ୍ଡ ଚୋବାନ୍ତୁ । ଅଦା କ୍ୟାଣ୍ଡି ବି ଚୋବାଇ ପାରିବେ । ସେହିପରି ତିନୋଟି ତୁଳସୀ ପତ୍ର ଚୋବାଇଲେ ବାନ୍ତି ଲାଗିବା କମ୍ ହୁଏ । ଏଥିସହ କିଛି ଲବଙ୍ଗ ଚୋବାଇଲେ ମଧ୍ୟ ମୁଣ୍ଡ ବୁଲାଇବା ଓ ବାନ୍ତି ଲାଗିବା ବନ୍ଦ ହୋଇଯାଏ । ସେହିପରି ଗୁଜୁରାତି ମଧ୍ୟ ଚୋବାଇ ପାରିବେ ।

ଏଥିସହ ଗାଡିରେ ଯାତ୍ରା କରିବାର ଏକ ଘଣ୍ଟା ପୂର୍ବରୁ ତେଲିଆ ଖାଦ୍ୟ ଖାଆନ୍ତୁ ନାହିଁ ଓ ଅଧିକ ପାଣି ପିଅନ୍ତୁ ନାହିଁ ।

କାର୍ କିମ୍ବା ବସ‌୍‌ରେ ଯାତ୍ରା କରୁଥିଲେ ଆଗ ସିଟ୍‌ରେ ବସନ୍ତୁ । ଭଲ ଭାବେ ପବନ ଯିବାଆସିବା ପାଇଁ ଗାଡିର ଝରକା ଖୋଲନ୍ତୁ । ଝରକା ପାଖ ସିଟ୍‌ରେ ବସନ୍ତୁ ।

ଏଥିସହ ମୋସନ ସିକେନସରୁ ବଞ୍ଚିବା ପାଇଁ ଯାତ୍ରା ପୂର୍ବରୁ ସୁନିଦ୍ରା ନିଅନ୍ତୁ ।

Comments are closed.