ଭୁବନେଶ୍ବର: ଘରେ ଆକ୍ୱାରିୟମ୍ ରଖିଲେ ଘରର ପରିବେଶରେ ସକାରାତ୍ମକ ଭାବ ଆସିଥାଏ । କିନ୍ତୁ ଜାଣି ରଖନ୍ତୁ ବାସ୍ତୁଶାସ୍ତ୍ର ଅନୁସାରେ ଆକ୍ୱାରିୟମ୍ ରଖିବା ଉଚିତ୍ । ନହେଲେ ଅଶୁଭ ଫଳ ମିଳିବ ।
-ଆକ୍ୱାରିୟମ୍ରେ ୯ଟି ମାଛ ରଖିବେ । କାରଣ ଏହା ଅତ୍ୟନ୍ତ ଶୁଭ । ୯ଟି ମାଛ ମଧ୍ୟରେ ୮ଟି ଗୋଲ୍ଡ ଫିଶ୍ ଓ ଗୋଟିଏ କଳା ମାଛ ରଖାଯାଏ । ଫଳରେ ଶୁଭଫଳ ମିଳିଥାଏ ।
-ଗୋଲ୍ଡ ଫିଶ୍ ମରିଗଲେ, ପୁଣି ନୂଆ ଗୋଲ୍ଡ ଫିଶ୍ ରଖିବେ ।
– ସେହିପରି ଆକ୍ୱାରିୟମ୍ରେ କଳାମାଛଟି ମରାଯାଏ, ତେବେ ବାସ୍ତୁ ଅନୁସାରେ କୁହାଯାଏ ଘର ମଧ୍ୟକୁ କିଛି ଖରାପ ଶକ୍ତି ପ୍ରବେଶ କରିଛି। ମୃତ ମାଛଟିକୁ ଚଳନ୍ତା ପାଣିରେ ଭସାଇଦେବେ ନହେଲେ ମାଟିଖୋଳି ପୋତିଦେବେ। ଏହା ପରେ ଆଉ ଏକ ଜିଅନ୍ତା କଳାମାଛ ଆଣି ଆକ୍ୱାରିୟମ୍ରେ ରଖିଦେବେ ।
-ଗୋଲ୍ଡ ଫିଶ୍କୁ ଧନର ପ୍ରତୀକ ବୋଲି କୁହାଯାଇଥାଏ। ଅନ୍ୟପକ୍ଷେ କଳାମାଛଟି ସୁରକ୍ଷାର ପ୍ରତୀକ ମନେକରାଯାଏ । ଏହା ଘରକୁ ପ୍ରବେଶ କରୁଥିବା ସମସ୍ତ ନକାରାତ୍ମକ ଊର୍ଜ୍ଜାକୁ ନିଜ ଉପରକୁ ନେଇ ଘରେ ସକାରାତ୍ମକ ପ୍ରଭାବ ପକାଇଥାଏ ବୋଲି ବିଶ୍ବାସ କରାଯାଏ ।
Comments are closed.