Latest Odisha News

BREAKING NEWS

ବାଇକ୍ ଧକ୍କାରେ ଶିଶୁର ମୃତ୍ୟୁ

ବଲାଙ୍ଗୀର:ବାଇକ୍ ଧକ୍କାରେ ଶିଶୁର ଜୀବନ ଗଲା । ବଲାଙ୍ଗୀର ବଙ୍ଗୋମୁଣ୍ଡା ଥାନା ବରୋବାହାଲ ଛକ ନିକଟରେ ବାଇକ ଧକ୍କା ହେବା ଯୋଗୁଁ ୪ ବର୍ଷର ଶିଶୁର ମୃତ୍ୟୁହୋଇଯାଇଛି । ମୃତ ଶିଶୁ ଜଣକ ବରୋବାହଲ ଗାଁ ମଗସିର ପୁଟେଲଙ୍କ ପୁଅ ବିବେକ ପୁଟେଲ। ମୃତ ଶିଶୁର ପରିବାର ଓ ଗାଁ ଲୋକେ କ୍ଷତି ପୁରଣ ଦାବିରେ ରାୟପୁର–ଗୋପାପୁର ୫୯ ନ ଜାତୀୟ ରାଜପଥ ବରୋବାହିଲ ଛକ ନିକଟରେ ରାସ୍ତା ଅବରୋଧ କରିଛନ୍ତି । ଘଟଣା ସ୍ଥଳରେ ବଙ୍ଗୋମୁଣ୍ଡା ପୋଲିସ ଓ ସ୍ଥାନୀୟ ତହସିଲଦାର ପହଁଚି ଲୋକଙ୍କୁ ବୁଝାସୁଝା କରିଛନ୍ତି ।

ଘଟଣା ସ୍ଥଳରେ ଚାପା ଉତ୍ତେଜନା ଲାଗି ରହିଛି । ପରିବାର ଲୋକଙ୍କ କହିବା ଅନୁଯାଇ ଖଡିଆଳ ପଟୁ ଏକ ବାଇକ ଦ୍ରୃତ ଗତିରେ ଆସି ବିବେକ ଓ ତାଙ୍କ ମା ରାସ୍ତା ପାର ହେଉଥିବା ସମୟରେ ବାଇକ ଧକ୍କା ଦେଇଥିଲା । ଗୁରୁତର ଅବସ୍ଥାରେ ଶିଶୁକୁ କଣ୍ଟାବାଞ୍ଜି ଡାକ୍ତରଖାନାକୁ ନେବା ସମୟରେ ଶିଶୁର ମୃତ୍ୟୁ ଘଟିଥିଲା । ଘଟଣା ଘଟିବା ପରେ ବାଇକ ଆରୋହୀ ଫେରାର ହୋଇଯାଇଥିବା ବେଳେ ଗାଁ ଲୋକ ବାଇକକୁ ଜବତ କରିଛନ୍ତିା

Leave A Reply

Your email address will not be published.