Latest Odisha News

BREAKING NEWS

ଭାରତ ବିପକ୍ଷ ସୀମିତ ଓଭର ବିଶିଷ୍ଟ କ୍ରିକେଟ କାର୍ଯ୍ୟସୂଚୀ ଘୋଷଣା କଲା ଇସିବି

ଲଣ୍ଡନ: ଭାରତ-ଇଂଲଣ୍ଡ ସୀମିତ ଓଭର ବିଶିଷ୍ଟ କ୍ରିକେଟ ସିରିଜ ପାଇଁ ଇସିବି କାର୍ଯ୍ୟସୂଚୀ ଘୋଷଣା କରିଛି । ଦୁଇ ଦଳ ମଧ୍ୟରେ ଟେଷ୍ଟ ସିରିଜର ଅନ୍ତିମ ମ୍ୟାଚ ୧୦ ସେପ୍ଟେମ୍ବରରୁ ଆରମ୍ଭ ହେବ । ଭାରତ ଆସନ୍ତା ବର୍ଷ ପୁନର୍ବାର ଇଂଲଣ୍ଡ ଗସ୍ତରେ ଯିବ । ସେଠାରେ ୩ଟି ଦିନିକିଆ ଏବଂ ସମାନ ସଂଖ୍ୟକ ଟି୨୦ ମ୍ୟାଚ ଖେଳାଯିବ । ଜୁଲାଇ ୧ରେ ପ୍ରଥମ ଟି୨୦ ଓଲ୍ଡ ଟ୍ରାଫଡରେ ଖେଳାଯିବ । ୩ ଓ ୬ ତାରିଖରେ ଟ୍ରେଂଟ ବ୍ରିଜ ଓ ଏଜେସ ବାଓଲରେ ବାକି ୨ଟି ମ୍ୟାଚ ହେବ ।

ସେହିପରି ଜୁଲାଇ ୯ରେ ଏଜବାଷ୍ଟନରେ ପ୍ରଥମ ଦିନିକିଆ ଏବଂ ୧୨ ଓ ୧୪ରେ ଯଥାକ୍ରମେ ଓଭାଲ ଓ ଲର୍ଡସରେ ଅନ୍ୟ ୨ଟି ମ୍ୟାଚ ଖେଳାଯିବ । ବିଶ୍ୱ ଚାମ୍ପିୟନ ନ୍ୟୁଜିଲାଣ୍ଡ ବିପକ୍ଷରେ ଇଂଲଣ୍ଡ ୨୦୨୨ରେ ତାର ଅଭିଯାନ ଆରମ୍ଭ କରିବ । ଜୁଲାଇ ୨ରୁ ଜୁନ ୨୭ ମଧ୍ୟରେ ଉଭୟ ଦେଶ ମଧ୍ୟରେ ୩ଟି ଟେଷ୍ଟ ମ୍ୟାଚ ଖେଳାଯିବ ।

Leave A Reply

Your email address will not be published.