Latest Odisha News

BREAKING NEWS

ଗ୍ୟାସ ଟ୍ୟାଙ୍କର ଓଲଟି ବାଇକ ଆରୋହୀ ମୃତ

ପାରାଦୀପ: ପାରାଦୀପରେ ଦେଖାବାକୁ ମିଳିଛି ଏକ ଅଭାବନୀୟ ଘଟଣା । ଗ୍ୟାସ ଟ୍ୟାଙ୍କର ଓଲଟିପଡିବାରୁ ଜଣେ ବାଇକ ଆରୋହୀଙ୍କର ମୃତ୍ୟୁ ଘଟିଛି । ମୃତକ ଜଣକ କେନ୍ଦ୍ରାପଡା ଜିଲ୍ଲା ଗରଜଙ୍ଗା ଗାଁର ପ୍ରଭାତ ପାତ୍ର ବୋଲି ଜଣାପଡିଛି ।

ସୂଚନା ମୁତାବକ, ପ୍ରଭାତ ପାରାଦ୍ଵୀପର ଏକ କମ୍ପାନୀରେ ପାଇପ ଲାଇନ କାର୍ଯ୍ୟ କରୁଥିଲେ । ଆଜି ସକାଳୁ ସେ ତାଙ୍କ କାମରେ ଯାଉଥିବାବେଳେ, ଜିରୋ ପଏଣ୍ଟ ନିକଟରେ ଏକ ଗ୍ୟାସ ଟ୍ୟାଙ୍କର ତାଙ୍କୁ ଧକ୍କା ଦେଇ ତାଙ୍କ ମୁଣ୍ଡ ଉପରେ ଚଢି ଯାଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ପ୍ରଭାତଙ୍କର ମୃତ୍ୟୁ ଘଟିଥିଲା ।

ଏନେଇ ସ୍ଥାନୀୟ ଲୋକେ ଦୁର୍ଘଟଣା ଖବର ପୋଲିସକୁ ଦେଇଥିଲେ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଛି । ଗ୍ୟାସ ଟ୍ୟାଙ୍କରକୁ ଜବତ କରି ତଦନ୍ତ ଆରମ୍ଭ କରିଛି । ମୃତଦେହ ବ୍ୟବଚ୍ଛେଦ ପରେ ପ୍ରଭାତଙ୍କ ପରିବାକୁ ହସ୍ତାନ୍ତର କରାଯିବ ।

Leave A Reply

Your email address will not be published.