Latest Odisha News

ପରୀ ହତ୍ୟା ମାମଲା: ଦୋଷୀକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ

ନୟାଗଡ: ବହୁ ଚର୍ଚ୍ଚିତ ନୟାଗଡ ପରୀ ଦୁଷ୍କର୍ମ ଓ ହତ୍ୟା ମାମଲା । ଅଭିଯୁକ୍ତକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ ଦେଲେ ନୟାଗଡ ଚିଲଡ୍ରେନ୍ସ କୋର୍ଟ । ଏଥିସହ ୬ହଜାର ଟଙ୍କା ଜୋରିମାନା ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ସେପଟେ ସାବାଳକ ହୋଇଥିଲା ଅଭୁଯୁକ୍ତକୁ ମୃତ୍ୟୁଦଣ୍ଡାଦେଶ ହୋଇଥାଆନ୍ତା ବୋଲି କହିଛନ୍ତି ସରକାରୀ ଓକିଲ । ପରୀ ମାମଲାକୁ ନେଇ ୨୦୨୦ ମସିହାରେ ରାଜ୍ୟରେ ହଇଚଇ ସୃଷ୍ଟି ହୋଇଥିଲା । ଦୋହଲି ଯାଇଥିଲା ରାଜ୍ୟ ରାଜନୀତି । ଘଟଣାରେ ମନ୍ତ୍ରୀ ଅରୁଣ ସାହୁଙ୍କ ହାତ ଥିବା ନେଇ ଜୋର୍ ଧରିଥିଲା ।

ସୂଚନାଯୋଗ୍ୟ, ନୟାଗଡ଼ ଯଦୁପୁର ଗ୍ରାମର ୫ ବର୍ଷିୟ ଝିଅ ପରୀ ଗତ ୨୦୨୦ ମସିହା ଜୁଲାଇ ୧୪ରେ ଘର ସମ୍ମୁଖରେ ଖେଳୁଥିବାବେଳେ ନିଖୋଜ ହୋଇଯାଇଥିଲେ ।ଯଦୁପୁରର ଜଣେ ଅଟୋ ଚାଳକ ଅଶୋକ ସାହୁ ଏବଂ ପତ୍ନୀ ସୌଦାମିନୀଙ୍କ ଏକମାତ୍ର ସନ୍ତାନ ଥିଲା ପରୀ । ବହୁ ଖୋଜାଖୋଜି ପରେ ପରୀକୁ ନପାଇ ଶେଷରେ ନୟାଗଡ଼ ସଦର ଥାନାରେ ଲିଖିତ ଅଭିଯୋଗ କରିଥିଲେ ବାପା ଅଶୋକ ସାହୁ । ଶେଷରେ ନିଖୋଜର ୧୦ଦିନ ପରେ ତା’ର ମୃତଦେହ ଏକ ଅଖାବସ୍ତା ମଧ୍ୟରେ ଘର ପଛପଟେ ଏକ ବୁଦାମୂଳରେ ପଡ଼ିଥିବା ଦେଖିବାକୁ ମିଳିଥିଲା । ଘଟଣାରେ ଏସଆଇଟି ଅଭିଯୁକ୍ତ ସରୋଜ ସେଠୀକୁ ଗିରଫ କରିଥିଲା । ଗିରଫ ସରୋଜ ମଧ୍ୟ ନିଜେ ଏହି ଘଟଣା ଘଟାଇଥିବା ନେଇ ସ୍ଵୀକାର ଲରିଥିଲେ । କିନ୍ତୁ ପୋକ୍ସୋ କୋର୍ଟ ଅଭିଯୁକ୍ତକୁ ନାବାଳକ ଦର୍ଶାଇବା ପରେ ତାକୁ ରାଉରକେଲା ବାଳସୁଧାର ଗୃହକୁ ପଠାଇ ଦିଆଯାଇଥିଲା ।

Leave A Reply

Your email address will not be published.