Latest Odisha News

ରାଜ୍ୟସଭା ଯିବେ କୁମାର ବିଶ୍ୱାସ! କେଉଁ ଦଳରୁ ହେବେ ପ୍ରାର୍ଥୀ?

ଲକ୍ଷ୍ନୌ: ବର୍ତ୍ତମାନ ରାଜ୍ୟସଭା ନିର୍ବାଚନ ପାଇଁ ପ୍ରସ୍ତୁତି ପରିବେଶ ଆରମ୍ଭ ହୋଇଗଲାଣି। ସମସ୍ତ ରାଜନୈତିକ ଦଳ ନିଜ ନିଜ ଯୋଜନାରେ କାମ କରୁଛନ୍ତି। ଏହି ସମୟରେ ଉତ୍ତରପ୍ରଦେଶ ବିଜେପି ୭ ଟି ରାଜ୍ୟସଭା ଆସନ ପାଇଁ ୩୫ ଟି ନାମର ଏକ ପ୍ୟାନେଲ ପ୍ରସ୍ତୁତ କରିଛି। ଏହି ପ୍ୟାନେଲରେ ବିଶିଷ୍ଟ କବି ତଥା ସାହିତ୍ୟିକ କୁମାର ବିଶ୍ୱାସଙ୍କର ନାମ ମଧ୍ୟ ଅନ୍ତର୍ଭୁକ୍ତ ହୋଇଛି। କୁମାର ବିଶ୍ୱାସଙ୍କ ନାମ ଆସିବା ମାତ୍ରେ ଏହି ଖବର ଜଙ୍ଗଲରେ ନିଆଁ ବ୍ୟାପିଲା ପରି ବ୍ୟାପିଗଲା। ତେବେ ଏହି ଖବର ଏପର୍ଯ୍ୟନ୍ତ ନିଶ୍ଚିତ ହୋଇନାହିଁ। କାରଣ ଏହାପୂର୍ବରୁ ମଧ୍ୟ କୁମାର ବିଶ୍ୱାସ ବିଜେପିରୁ ରାଜ୍ୟସଭାକୁ ଯିବା ନେଇ ଚର୍ଚ୍ଚା ହେଉଥିଲା। କିନ୍ତୁ ତା’ପରେ କୁମାର ଏହି ଖବରକୁ ଗୁଜବ ବୋଲି କହିଥିଲେ।

ଏବେ ପୁଣି ଥରେ ରାଜ୍ୟସଭା ନିର୍ବାଚନ ପାଖେଇ ଆସୁଥିବାରୁ କୁମାର ବିଶ୍ୱାସଙ୍କ ନାମ ଉପରେ ଆଲୋଚନା ଆରମ୍ଭ ହୋଇଛି। ତେବେ ଉତ୍ତରପ୍ରଦେଶର ରାଜନୈତିକ ପରିସରରେ କୁମାରଙ୍କ ଗାଜିଆବାଦରୁ ଲୋକସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ନେଇ ଶୁଣିବାକୁ ମଧ୍ୟ ମିଳୁଛି। ଏବେ ତାଙ୍କୁ ରାଜ୍ୟସଭାକୁ ପଠାଯିବ ନା ଲୋକସଭା ପାଇଁ ପ୍ରତିଯୋଗିତା କରାଯିବ ସେନେଇ କୌଣସି ସ୍ପଷ୍ଟ ଖବର ନାହିଁ। ତେବେ ବିଜେପିର ଏହି ପ୍ୟାନେଲରେ କୁମାର ବିଶ୍ୱାସଙ୍କ ନାମ ଉପରେ ମଧ୍ୟ ଆଲୋଚନା କରାଯାଇ ଦଳର ମୁଖପାତ୍ର ସୁଧାଂଶୁ ତ୍ରିବେଦୀଙ୍କୁ ପୁଣିଥରେ ରାଜ୍ୟସଭାକୁ ପଠାଇବାକୁ ପ୍ରସ୍ତାବ ଦିଆଯାଇଛି। ସୋମବାର ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବାସଭବନରେ ବିଜେପିର କୋର୍ କମିଟି ବୈଠକ ଅନୁଷ୍ଠିତ ହୋଇଥିଲା ଯେଉଁଥିରେ ଉତ୍ତରପ୍ରଦେଶରୁ ରାଜ୍ୟସଭାକୁ ପଠାଯିବାକୁ ଥିବା ନାମ ଉପରେ ଆଲୋଚନା କରାଯାଇଥିଲା। ସାତୋଟି ଆସନ ପାଇଁ ବିଜେପି ୩୫ ଜଣ ପ୍ରାର୍ଥୀଙ୍କ ଏକ ପ୍ୟାନେଲ ପ୍ରସ୍ତୁତ କରିଛି ଯେଉଁଥିରେ ସୁଧାଂଶୁ ତ୍ରିବେଦୀଙ୍କ ନାମ ତାଙ୍କୁ ପୁଣି ପଠାଇବା ପାଇଁ ଅନ୍ତର୍ଭୁକ୍ତ କରାଯାଇଛି।

ଏଥର ରାଜ୍ୟସଭାରୁ ୟୁପିର ୧୦ଟି ସିଟ୍ ଖାଲି ହେଉଛି । ଯେଉଁଥିପାଇଁ ନିର୍ବାଚନ ହେବ । ଏହି ୧୦ଟି ସିଟ୍ ଭିତରୁ ବିଜେପି ପାଖରେ ୭ଟି ସିଟ୍ ରହିଥିବାବେଳେ, ୩ଟି ସିଟ୍ ସମାଜବାଦୀ ପାର୍ଟି ପାଖରେ ରହିଛି । ତେଣୁ ବିଜେପି ଏହି ୭ଟି ରାଜ୍ୟସଭା ସିଟ୍ ମଧ୍ୟରୁ ଗୋଟିଏ ସିଟ୍ କୁମାର ବିଶ୍ୱାସଙ୍କୁ ଦେଇପାରେ । ତେବେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଆବାସରେ ହେଇଥିବା ଏହି ବୈଠକରେ ଦୁଇ ଉପ-ମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ, ବ୍ରିଜେଶ ପାଠକଙ୍କ ସମେତ ଦଳର ଅଧ୍ୟକ୍ଷ ଭୁପେନ୍ଦ୍ର ଚୌଧୁରୀ, ସଙ୍ଗଠନ ମହାମନ୍ତ୍ରୀ ଧର୍ମପାଲ ସିଂ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.