ଭୁବନେଶ୍ବର: ଉତ୍କଳିକା ଏବଂ ମହିଳା ଓ ଶିଶୁ ବିକାଶ ମଧ୍ୟରେ ବୁଝାମଣାପତ୍ର ସ୍ଵାକ୍ଷରିତ। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ଉପସ୍ଥିତିରେ ଏହି MOU ସ୍ବାକ୍ଷରିତ ହୋଇଛି। ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନାରେ ଝିଅମାନଙ୍କୁ ଶାଢୀ, ଚୁଡ଼ି, ପାଉଁଜି ଭଳି ବ୍ୟବହାର ସାମଗ୍ରୀ ଦିଆଯିବ। ଉତ୍କଳିକା ମାଧ୍ୟମରେ ସରକାର ହିତାଧିକାରୀଙ୍କୁ ଏହି ସାମଗ୍ରୀ ଯୋଗାଇ ଦେବେ। ଏହାଦ୍ଵାରା ଓଡ଼ିଶାର ହସ୍ତଶିଳ୍ପ ଓ ହସ୍ତକଳା କ୍ଷେତ୍ରକୁ ପ୍ରୋତ୍ସାହନ ମିଳିବ।
ସୂଚନାଥାଉକି, ରାଜ୍ୟ ସରକାର ଗରିବ ଓ ଅସହାୟ ପରିବାରର ଝିଅମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା କାର୍ଯ୍ୟକାରୀ ହୋଇଛି । ଏହି ଯୋଜନାରେ ବିବାହ ସମୟରେ ଆବଶ୍ୟକୀୟ ଖର୍ଚ୍ଚ ପାଇଁ ଆର୍ଥିକ ସହାୟତା ସହ ଉପହାର ଦିଆଯିବ। ସରକାର ମୋଟ୍ ୫୧ ହଜାର ଟଙ୍କା ସହାୟତା ରାଶି ଦେବେ। ବାହାଘର ପଞ୍ଜୀକରଣ ହେବାର ୭ ଦିନ ପରେ ହିତାଧିକାରୀଙ୍କ ଆକାଉଣ୍ଟକୁ ୩୫ ହଜାର ଟଙ୍କା ଯିବ। ସରକାର ଉପହାର ପାଇଁ ୧୦ ହଜାର ଓ ସାଜସଜା ପାଇଁ ୬ ହଜାର ଟଙ୍କା ଦେବେ।
ବର କନ୍ୟା ଉଭୟ ଓଡ଼ିଶା ବାସିନ୍ଦା ହେଇଥିବା ଆବଶ୍ୟକ । ଗରିବମାନେ ଏହି ଯୋଜନାରୁ ଲାଭ ପାଇବେ। ବିଧବା ମଧ୍ୟ ଆଉ ଥରେ ବାହାହେଲେ ଏହାର ଲାଭ ପାଇପାରିବେ।
Comments are closed.