Latest Odisha News

BREAKING NEWS

ପରଲୋକରେ ସାଂସଦ ଅନୁଭବ ମହାନ୍ତିଙ୍କ ବାପା, ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ

କଟକ: ଆଉ ନାହାନ୍ତି ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତିଙ୍କ ବାପା । ଚିକିତ୍ସାଧୀନ ଅବସ୍ଥାରେ ଆଜି ଅନୁଭବଙ୍କ ବାପା ଅଭୟ ମହାନ୍ତିଙ୍କ ଦେହାନ୍ତ ଘଟିଛି । କଟକ ନନ୍ଦିସାହି ସ୍ଥିତ ବାସଭବନରେ ତାଙ୍କ ର ପରଲୋକ ଘଟିଛି । ୭୪ ବର୍ଷ ବୟସରେ ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି ଅନୁଭବଙ୍କ ବାପା ଅଭୟ ମହାନ୍ତି ।

ତେବେ ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ ଅନୁଭବଙ୍କ ବାପା । ସେନେଇ ଲଗାତର ଭାବେ ତାଙ୍କର ଚିକିତ୍ସା ଜାରି ରହିଥିଲା । ଯାହାକୁ ନେଇ ସବୁବେଳେ ଅନୁଭବ ସୋସିଆଲ୍‌ ମିଡିଆରେ ସେୟାର କରିଆସୁଥିଲେ । ସେ ତାଙ୍କ ବାପାଙ୍କୁ ସୁସ୍ଥ କରିବାକୁ ପ୍ରାଣ ପ୍ରଣେ ଚେଷ୍ଟା କରୁଥିଲେ । ହେଲେ ତାଙ୍କର ସମସ୍ତ ଚେଷ୍ଟା ଓ ପ୍ରାର୍ଥନା ବିଫଳ ହୋଇଛି ।

ଅଭୟ ମହାନ୍ତିଙ୍କ ବିୟୋଗରେ ପୁରାପରିବାରରେ ଶୋକର ଛାୟା ଖେଳିଯାଇଛି । ଶୋକାକୂଳ ହୋଇପଡିଛି ସମଗ୍ର ପରିବାର । ନନ୍ଦିସାହି ସ୍ଥିତ ବାସଭବନରେ ଅଭୟ ମହାନ୍ତିଙ୍କ ଶେଷ ଦର୍ଶନ ପାଇଁ ବହୁ ବିଶିଷ୍ଟ ବକ୍ତି ପହଞ୍ଚିଛନ୍ତି ।

Leave A Reply

Your email address will not be published.