ଭୁବନେଶ୍ୱର: ଆମ୍ବୁଲାନ୍ସର ଅପବ୍ୟବାର କଲେ ଆଉ ତ୍ରାହି ନହିଁ । ରୋଗୀଙ୍କ ବଦଳରେ ପାସେଂଜର ବୋହିଲେ ନିଆଯିବ କଡା କାର୍ଯ୍ୟାନୁଷ୍ଠାନ । ତାଲାବନ୍ଦ ସମୟରେ ମେଡିକାଲ କାମ କିମ୍ବା କରୋନା ମୁକାବିଲା ଛଡା ଅନ୍ୟ କୌଣସି କାମରେ ଆମ୍ବୁଲାନ୍ସକୁ ବ୍ୟବହାର କରୁଥିଲେ ହେବ ଦୃଢ କାର୍ୟ୍ୟାନୁଷ୍ଠାନ । କରୋନା ପ୍ରେସମିଟରେ ସରକାରଙ୍କ ପକ୍ଷରୁ ଏଭଳି କଡା ନିଷ୍ପତ୍ତି ଶୁଣାଇଛନ୍ତି କୋଭିଡ-୧୯ ମୁଖପାତ୍ର ସୁବ୍ରତ ବାଗଚୀ ।
ରାଜ୍ୟରେ କିଛି ସ୍ଥାନରେ ଆମ୍ବୁଲାନ୍ସର ଅପବ୍ୟବାର କରାଯାଇଥିବା ଖବର ଆସିଛି । ଲକଡାଉନ ସମୟରେ ଆମ୍ବୁଲାନ୍ସରେ କିଛି ଲୋକଙ୍କୁ ବୁହାଯାଉଥିବା ସୂଚନା ମିଳିଛି । ତେବେ ତାଲାବନ୍ଦ ବେଳେ ଏଭଳି କାମ ଆଦୌ କ୍ଷମଣୀୟ ନୁହେଁ । ଆଗାମୀ ଦିନରେ ଯଦି ଆମ୍ବୁଲାନ୍ସର କେହି ଅପବ୍ୟବହାର କରନ୍ତି ତେବେ ଡ୍ରାଇଭର ସମେତ ମାଲିକଙ୍କୁ ଗିରଫ କରାଯିବ । ଏହା ସହ ଉକ୍ତ ଆମ୍ବୁଲାନ୍ସକୁ ବାଜ୍ୟାପ୍ତ କରାଯିବ ବୋଲି ସରକାର ନିର୍ଦ୍ଦେଶ ଦେଇଥିବା ସୁବ୍ରତ କହିଛନ୍ତି ।
BREAKING NEWS
- ଆମ୍ବୁଲାନ୍ସ ଦୁର୍ଘଟଣାରେ ଆଈ ଓ ନାତୁଣୀ ମୃତ, ୨ ଜଣ ଗୁରୁତର
- ସାମାନ୍ୟ ବଚସାରୁ ଗୋଷ୍ଠୀ ସଂଘର୍ଷ, ୩ ଗୁରୁତର ୨ ଆହତ
- ଟାଇଗର ଶ୍ରଫଙ୍କ ଉପରେ ଗୁଳିମାଡ଼: ସେଲିବ୍ରିଟିଙ୍କ ସୁରକ୍ଷା ବ୍ୟବସ୍ଥା ସମୀକ୍ଷା କରିବେ ମହାରାଷ୍ଟ୍ର ସରକାର; କାର୍ଯ୍ୟାନୁଷ୍ଠାନ ଦାବି କଲା AICWA
- ୧୭ରୁ ଅଧିକ ମାମଲାରେ ସଂପୃକ୍ତ ଦୁର୍ଦ୍ଦାନ୍ତ ଅପରାଧୀ ବଣ୍ଟି ପ୍ରସାଦକୁ ଏନ୍କାଉଣ୍ଟର
- Weather Update: ଦଶହରାରେ ଖରାପ ହେବନି ପାଣିପାଗ, ବର୍ଷାରେ ଭିଜିପାରେ କୁମାର ପୂର୍ଣ୍ଣିମା
- ଦୁର୍ଗାପୂଜା ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କଲେ କେନ୍ଦ୍ରାଞ୍ଚଳ ଆଇଜି; ୧,୨୪୩ଟି ପୂଜା ମଣ୍ଡପରେ…
- ଲସ୍ ଆଞ୍ଜେଲସରେ ହେବ ‘ରାମାୟଣ’ର ୱାର୍ଲ୍ଡ ପ୍ରିମିୟର
- ମହାରାଷ୍ଟ୍ର ନବନିର୍ମାଣ ସେନା ମୁଖ୍ୟ ରାଜ ଠାକରେଙ୍କୁ ମୁମ୍ବାଇର ‘ଶିବତୀର୍ଥ’ ବାସଭବନରେ ଭେଟିଲେ ଅଭିନେତା ଆମିର ଖାଁ
- ରଣଜୀ ଟ୍ରଫି: ଓଡ଼ିଶାର ଭଲ ଆରମ୍ଭ ପରେ ମଜବୁତ ସ୍ଥିତିକୁ ଫେରିଲା କେରଳ, ସଚିନ୍ ବେବିଙ୍କ ଶତକ
- ବଲିଉଡ ଅଭିନେତା ଟାଇଗର ଶ୍ରଫଙ୍କ କାରକୁ ଗୁଳିମାଡ଼

Comments are closed.