Latest Odisha News

BREAKING NEWS

ବର୍ଷାଙ୍କ FIR ପରେ ପୁଣି ଭିଡିଓ ଛାଡ଼ିଲେ ଅନୁଭବ, କଣ କହିଲେ ଜାଣନ୍ତୁ

ବର୍ଷାଙ୍କୁ ଅନୁଭବ କହିଲେ, ସତ ଶୁଣିବାକୁ ସାହସ କର । ଡରିକି ଲୁଚିକି ରୁହନି

କଟକ: ସେଲିବ୍ରିଟ୍ କପୁଲ ଅନୁଭବ ମହାନ୍ତି ଓ ବର୍ଷା ପ୍ରିୟଦର୍ଶିନୀ ବିବାଦ ତେଜିବାରେ ଲାଗିଛି । ସୋସିଆଲ୍ ମିଡିଆରେ ଅନୁଭବ ଦାମ୍ପତ୍ୟ ଜୀବନ କଳହକୁ ନେଇ ଗୋଟିଏ ପରେ ଗୋଟିଏ ଚାପ୍ଟର ଖୋଲୁଛନ୍ତି । ସେପଟେ ସୋସିଆଲ୍ ମିଡିଆରେ ସ୍ୱାମୀ ଅନୁଭବ ମହାନ୍ତି ଚରିତ୍ର ସଂହାର କରୁଥିବା ବର୍ଷା କଟକ ପୁରୀଘାଟ ଥାନାରେ ଅଭିଯୋଗ କରିଛନ୍ତି । ତାପରେ ପୁଣି ନୂଆ ଭିଡିଓ ସେୟାର କରିଛନ୍ତି ଅନୁଭବ ମହାନ୍ତି ।

ନୂଆ ଭିଡିଓରେ ବର୍ଷାଙ୍କୁ ତାଙ୍କଠାରୁ ଅଲଗା ହୋଇଯିବାକୁ କହିଛନ୍ତି ଅନୁଭବ । ସେ କହିଛନ୍ତି, ଆମେ କେବେ ଏକାଠି ରହିପାରିବା ନାହିଁ । ତେଣୁ ଅଲଗା ହୋଇଯିବା ଭଲ । କେସ୍ ଲଢ଼ିଲେ କାହାକୁ କିଛି ମିଳିବନି । ଜଣେ ଜିତିବ, ଜଣେ ହାରିବ । କିନ୍ତୁ ଜୀବନରେ କେହି ଜିତିପାରିବା ନାହିଁ ବୋଲି କହିଛନ୍ତି ଅନୁଭବ ।

ଅନୁଭବ କହିଛନ୍ତି ଦାମ୍ପତ୍ୟ କଳହ ସେ ନୁହେଁ, ବର୍ଷା ପଦାକୁ ଆଣିଛନ୍ତି । ଉଭୟଙ୍କର ମର୍ଯ୍ୟାଦାହାନୀ ନହେବା ପାଇଁ ସେ ଦିଲ୍ଲୀ କୋର୍ଟରେ ଆବେଦନ କରିଥିଲେ । କିନ୍ତୁ ବର୍ଷା ମାମଲାକୁ କଟକ ଆଣିଲେ । ସେ ଯେତେ ଘଟଣାକୁ ଲୁଚାଇ ରଖିବାକୁ ଚେଷ୍ଟା କରୁଛନ୍ତି, ବର୍ଷ ସେତେ ଲୋକଙ୍କୁ ଜଣାଉଛନ୍ତି । ତାଙ୍କ ଉପରେ ବର୍ଷା ଲଗାଇଥିବା ସବୁ ଅଭିଯୋଗ ମିଛ ବୋଲି କହିଛନ୍ତି ଅନୁଭବ ।

ଅନୁଭବ ଆହୁରି କହିଛନ୍ତି, ବୈବାହିକ ଜୀବନକୁ ନେଇ ଏଭଳି ଭିଡିଓ ପୋଷ୍ଟ କରିବେ ବୋଲି କେବେ ଭାବି ନଥିଲେ । ପୂର୍ବରୁ ମିଡିଆରେ ତାଙ୍କ ବିଷୟରେ ଏକତରଫା କାହାଣୀ ଦେଖାଯାଉଥିଲା । ବର୍ଷାଙ୍କୁ ବ୍ୟସ୍ତ ନହୋଇ ଧୈର୍ଯ୍ୟ ଧରିବାକୁ କହିଛନ୍ତି । ଏବେ ୨-୪ ଦିନ ହେବ କହିବା ଆରମ୍ଭ କରିଥିବା ବେଳେ କାହିଁକି ଏତେ ବ୍ୟତିବ୍ୟସ୍ତ ହେଉଛ ବୋଲି ବର୍ଷାଙ୍କୁ ପ୍ରଶ୍ନ କରିଛନ୍ତି ଅନୁଭବ ।

ଅନୁଭବ ଭିଡିଓରେ ବର୍ଷାଙ୍କୁ ପଚାରିଛନ୍ତି ପିଟିସନରେ ସେ ହିନ୍ଦୁ ନାରୀ, ନିଜ ସ୍ୱାମୀଙ୍କୁ ବହୁତ ଭଲ ପାଆନ୍ତି । ଶେଷ ନିଶ୍ୱାସ ଯାଏ ଶ୍ୱଶୂର ଘର ଛାଡ଼ିବେନି ଓ ସ୍ୱାମୀଙ୍କୁ ଠିକ ବାଟକୁ ଆଣିବେ ବୋଲି ପିଟିସନରେ ଉଲ୍ଲେଖ କରିଛନ୍ତି । ଗତ ୨ ବର୍ଷ ହେବ ସ୍ୱାମୀ ଓ ଶ୍ୱଶୂର ଘର ବିରୋଧରେ ଏତେ ଅପପ୍ରଚାର ହେଉଥିଲେ ବି ଦିନେ କାହିଁକି ସେସବୁ ବନ୍ଦ କରିବାକୁ ମୁହଁ ଖୋଲିନ ? ସ୍ୱାମୀଙ୍କ ନାଁରେ କାହିଁକି ଅପପ୍ରଚାର କରାଯାଉଛି କହୁନ ? ସେ ଏବେ ମୁହଁ ଖୋଲିବା ଆରମ୍ଭ କରିବାରୁ କାହିଁକି ସହିପାରୁନ ? ସତ ଶୁଣିବାକୁ ସାହସ କର ବୋଲି ବର୍ଷାଙ୍କୁ ଭିଡିଓରେ କହିଛନ୍ତି ଅନୁଭବ ମହାନ୍ତି ।

Leave A Reply

Your email address will not be published.