ଭୁବନେଶ୍ୱର:କୃଥିକା ପ୍ରଭାକରନଙ୍କୁ ଅପରାଜିତାଙ୍କ ଚାଲେଞ୍ଜ । ଟୁଇଟ କରି ଖୋଲା ଚାଲେଞ୍ଜ ଦେଇଛନ୍ତି ସାଂସଦ ଅପରାଜିତା । କୃଥିକା ପ୍ରଭାକରଣଙ୍କ ସାହାସକୁ ନେଇ ପ୍ରଶ୍ନ କରିଛନ୍ତି । ଏତେ ସାହାସର କାରର କ’ଣ ବୋଲି ପ୍ରଶ୍ନ କରିବା ସହ ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ଟାଗ କରିଛନ୍ତି ସାଂସଦ ଅପରାଜିତା ।
ଡେରାସ ଜମି ଦୁର୍ନୀତି ଧରାପଡିବା ପରେ କୃଥିକା ପ୍ରଭାକରଣ ସାଂସଦ ଅପରାଜିତା ଷଡଙ୍ଗୀଙ୍କୁ ଲିଗାଲ ନୋଟିସ ପଠାଇଛନ୍ତି । ସାସଂଦ ତାଙ୍କ ପ୍ରତି ଅପଶବ୍ଦ ବ୍ୟବହାର କରିଛନ୍ତି ଯାହା ତାଙ୍କର ଓ ତାଙ୍କ ପରିବାରର ମର୍ଯ୍ୟାଦାହାନୀ କରିଛି । ସେତିକି ନୁହେଁ, ସାଂସଦ ଅପରାଜିତା ତାଙ୍କ ଜମିରେ ଜୋରଜବରଦସ୍ତି ବେଆଇନ ଭାବେ ପ୍ରବେଶ କରିଥିବା ତାଙ୍କ ଆଇନଜୀବୀ ଦର୍ଶାଇ ଅପରାଜିତା କ୍ଷମା ପ୍ରାର୍ଥନା କରିବାକୁ ଦାବି କରିଛନ୍ତି ।
ଏହାର ଉତ୍ତର ସାଂସଦ ଟୁଇଟ କରି ଦେଇଛନ୍ତି । ସାଂସଦ ଲେଖିଛନ୍ତି, ‘କୃଥିକା ପ୍ରଭାକରନ ମୋତେ ସର୍ବସାଧାରଣରେ କ୍ଷମା ମାଗିବାକୁ କହିଛନ୍ତି ।’ ଅତୃପ୍ତ ଲୋଭର ବଶବର୍ତ୍ତୀ ହୋଇ ଗରିବ ଚାଷୀଙ୍କ ଜମି ହଡପ କରି ନେଉଥିବା ଜଣେ ମହିଳା ମୋତେ କ୍ଷମା ମାଗିବାକୁ କହୁଛନ୍ତି ? ଆଶ୍ଚର୍ଯ୍ୟର କଥା !’
ଏତେ ସାହାସ କେମିତି ହେଲା ବୋଲି ପ୍ରଶ୍ନ କରିବା ସହ ମୁଖ୍ୟମନ୍ତ୍ରୀଙ୍କୁ ଟାଗ କରିଛନ୍ତି ସାଂସଦ ।
ସୂଚନାଥାଉ କି, ଚନ୍ଦକାରେ ବେଆଇନ ଜମି ଅବରୋଧ କରି ସରକାରୀ ଡେରାସ କେନାଲ ପୋତି ଦେଇଥିଲେ କୃଥିକା ପ୍ରଭାକରନ । ଫଳରେ ଏହି ଅଞ୍ଚଳରେ ଥିବା ୩୦୦ ଏକର ସରକାରୀ ଜମିରେ ଗତ ଦୁଇ ବର୍ଷ ହେଲା ଚାଷୀ ଚାଷ କରିପାରୁ ନ ଥିଲେ ।
ସାଂସଦ ଅପରାଜିତା ଏହି ଜମି ଦୁର୍ନୀତିର ପର୍ଦ୍ଦାଫାଶ କରିବା ସହ ଘଟଣାସ୍ଥଳକୁ ଯାଇଥିଲେ । ସ୍ଥାନୀୟ ଲୋକଙ୍କ ସହ କେନାଲେ ଖୋଳି ଦୁର୍ନୀତିର ପ୍ରମାଣ ବି ଦେଖାଇ ଥିଲେ । ଏପରି ଜବରଦଖଲ ସଂପୂର୍ଣ୍ଣ ଭାବେ ବେଆଇନ । ୧୫୦ ଏକର ଅଂଚଳରେ ଏମ୍ଆଇପି କେନାଲ, ସରକାରୀ ଜମି, ଜଙ୍ଗଲ ଜମି, ମନ୍ଦିର ଜମି ଓ ବିଭିନ୍ନ ଲୋକଙ୍କ ବ୍ୟକ୍ତିଗତ ଜମି ରହିଛି । ଏଥିସହିତ ଏହି ବେଆଇନ ଦଖଲରୁ ହଟିବା ପାଇଁ ସରକାରଙ୍କୁ ୩ ଦିନ ସମୟ ଦେଇଥିଲେ ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଏ ନେଇ ଏକ ଚିଠି ଲେଖିବା ପରେ ରାଜ୍ୟ ସରକାର ଏହାକୁ ଗ୍ରହଣ କରିଛନ୍ତି। ଆଉ ପ୍ରଶାସନ ପକ୍ଷରୁ ତହସିଲଦାର ଓ ନିର୍ବାହୀ ଯନ୍ତ୍ରୀଙ୍କୁ ଜମିକୁ ଜବରଦଖଲମୁକ୍ତ କରି ଅବରୋଧ ହଟାଇବାକୁ ନିର୍ଦ୍ଦେଶ ଦିଆଯାଇଛି।
A legal notice is served upon me by Kruthika Prabhakaran-asking me to beg for public apology.
WHAT AUDACITY!
Reason of this AUDACITY- @CMO_Odisha?
She, who takes away water from Poor Farmers’ lands,due to her insatiable Greed for Land, is asking me for apology.
Interesting! pic.twitter.com/fy8aK5AXLS— Aparajita Sarangi, Member of Parliament (@AprajitaSarangi) September 10, 2023
Comments are closed.