Latest Odisha News

କଲେଜ ଛାତରେ ରିଲ୍ସ କରିବା ପଡିଲା ମହଙ୍ଗା, ଏଣିକି କଲେଜରେ ରିଲ୍ସ ମନା

ବ୍ରହ୍ମପୁର: କଲେଜ ଛାତରେ ରିଲ୍ସ କରିବା ପଡିଲା ମହଙ୍ଗା । ଭିଡିଓ ଭାଇରାଲ ହେବା ପରେ କଲେଜ ପକ୍ଷରୁ ପ୍ରକାଶ ପାଇଲା ତତ୍ପରତା । ବ୍ରହ୍ମପୁର ଶଶିଭୂଷଣ ରଥ ସ୍ୱୟଂଶାସିତ ମହିଳା କଲେଜରେ ଏଣିକି ରିଲ୍ସ କରିବାକୁ ବାରଣ କରାଯାଇଛି । କଲେଜ ଅଧ୍ୟକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିବା ପରେ କଲେଜ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଥିବା ଦେଖିବାକୁ ମିଳିଛି । ଏତଦବ୍ୟତୀତ କଲେଜ କ୍ୟାମ୍ପସ୍ ଭିତରେ ସ୍ମାର୍ଟଫୋନ ଓ ଜନ୍ମଦିନ ପାଳନକୁ ମଧ୍ୟ ବନ୍ଦ କରିଛନ୍ତି କଲେଜ କତୃପକ୍ଷ ।

ସୂଚନା ଅନୁସାରେ, ଦୁଇ ଜଣ ଛାତ୍ରୀ ଚାରି ମହଲା ବିଶିଷ୍ଟ କଲେଜ୍ ବିଲ୍ଡିଂ ଉପରକୁ ଚଢିଯାଇ ପ୍ରବଳ ପବନରେ ଛାତ କଡ଼ରେ ବିପଦପୂର୍ଣ୍ଣ ଭାବେ ଛିଡ଼ା ହୋଇ ରିଲ୍ସ ବନଉଥିଲେ । ଯାହା ସେମାନଙ୍କ ଜୀବନ ପ୍ରତି ବଡ଼ ବିପଦ ସୃଷ୍ଟି କରିଥିଲା । ପରେ ଏହି ଭିଡିଓଟି ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା ।

ବିପଜ୍ଜନକ ଭିଡିଓଟି ଭାଇରାଲ ହେବା ପରେ ଏହାକୁ ନେଇ ସମସ୍ତେ ଅସନ୍ତୋଷ ପ୍ରକାଶ କରିଥିଲେ । ପରେ ଭିଡିଓଟି ବ୍ରହ୍ମପୁରର ଶଶିଭୂଷଣ ରଥ ସ୍ୱୟଂଶାସିତ ମହିଳା କଲେଜରୁ ଆସିଥିଲା ବୋଲି ଜଣାପଡିଥିଲା । ଛାତ୍ରୀମାନେ ରିଲ୍ସ କରିବା ନିଶାରେ ଏଭଳି ବାରମ୍ବାର କରୁଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ କଲେଜ ପରିସରରେ ରିଲ୍ସ କରିବାକୁ ମନା କରିଛି କଲେଜ କତୃପକ୍ଷ ।

Leave A Reply

Your email address will not be published.