Latest Odisha News

BREAKING NEWS

ସଚିବଙ୍କ ଅଡିଓ କ୍ଲିପକୁ ନେଇ ବର୍ଷିଲେ ସାଂସଦ; କହିଲେ, ଏତେ ଘୃଣା କାହିଁକି?

ଭୁବନେଶ୍ୱର:ମିଶନ ଶକ୍ତି ସଚିବଙ୍କ ଅଡିଓ କ୍ଲିପକୁ ନେଇ ତାତିଲା ରାଜନୀତି । ଅଡ଼ିଓ କ୍ଲିପରେ ସଚିବଙ୍କ ଗାଳିକୁ ନେଇ ଜୋରଦାର ବର୍ଷିିଲା ବିଜେପି। 5ଟି ସଚିବ ଭି.କେ.ପାଣ୍ଡିଆାନଙ୍କୁ ଟାର୍ଗେଟ କରି ଆସୁଥିବା ବିଜେପି ଏବେ ଟାର୍ଗେଟ କରିଛି ତାଙ୍କର ପତ୍ନୀ ତଥା ମିଶନ ଶକ୍ତି ସଚବ ସୁ୍ଜାତା କାର୍ତ୍ତିକେୟନଙ୍କୁ । ଗତକାଲି ବିଜେପି ମୁଖପାତ୍ର ସତ୍ୟବ୍ରତ ପଣ୍ଡା ପ୍ରେସମିଟରେ ମିଶନ ଶକ୍ତି ସଚିବଙ୍କର ଏକ ଅଡିଓ କ୍ଲିପ ଶୁଣାଇଥିଲେ, ଯେଉଁଥିରେ ସେ ରବିଶ.. ବୁଲଶିଟ ପରି ଶବ୍ଦ ବ୍ୟବହାର କରିଥିଲେ ।

ସଚିବଙ୍କର ଏପରି ଶବ୍ଦକୁ ନେଇ ଶ୍ରୀ ପଣ୍ଡା ବର୍ଷିବା ପରେ ଏବେ ଏହାକୁ ନେଇ ବର୍ଷିଛନ୍ତି ସାଂସଦ ଅପରାଜିତା । ସଚିବଙ୍କ ମନରେ ଏତେ ଘୃଣା କାହିଁକି ? ଏ ଘୃଣା କେବଳ ମହିଳାଙ୍କ ପାଇଁ ନା ସମ୍ପୂର୍ଣ୍ଣ ଓଡ଼ିଆ ଜାତି ପାଇଁ  ପ୍ରଶ୍ନ କରିଛନ୍ତି  ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ  ।

ଏହି ଅଡିଓ କ୍ଲିପରେ ସଚିବ କହୁଥିବା ଶୁଣିବାକୁ ମିଳିଛି-‘ଠିକ ଅଛି ଆମେ ଦରମା ପାଉଛୁ,ଡିପାର୍ଟମେଣ୍ଟ ରେ ଅଛୁ Actually it is Rubbish and Bullshit, ଗାଁ ର ମହିଳା ମାନଙ୍କୁ ନେଇ କେବେ ବି Empowerment କରାଯାଇ ପାରିବନି  ।’

ସଚିବଙ୍କ ଏହି ଉକ୍ତିଙ୍କୁ ନେଇ ପ୍ରଶ୍ନ କରିଛନ୍ତି ସାଂସଦ । ଏକ ପ୍ରେସ ରିଲିଜରେ ସାଂସଦ କହିଛନ୍ତି,  ‘ଆମେ ଓଡ଼ିଆ ସରଳ ଏବଂ ସହଜ ଲୋକ । ଆପଣ ଆସିଲେ ଶ୍ରଦ୍ଧାରେ ପାଦ ଧୋଇ ଦେଉଛୁ  । ପିନ୍ଧା ଲୁଗାରେ ଆପଣଙ୍କ ବସିବା ସ୍ଥାନ ପୋଛି ଦେଉଛୁ  ।  କିନ୍ତୁ ଆପଣଙ୍କ ମନରେ ଆମ ପାଇଁ ଏତେ ଘୃଣା କାହିଁକି? କଣ ଅପରାଧ ଆମର ? ଏ ଘୃଣା ଭାବନା ମହିଳା ହୋଇ କେବଳ ମହିଳା ମାନଙ୍କ ପାଇଁ ନା ସମ୍ପୂର୍ଣ ଓଡ଼ିଆ ଜାତି ପାଇଁ ? ’

ସଚିବଙ୍କୁ ଟାର୍ଗେଟ କରି ସାଂସଦ ପଚାରିଛନ୍ତି ,  ” କିଏ Rubbish କଣ Bullshit ? ” ଆପଣଙ୍କ ମନରେ ଥିବା ନିମ୍ନ ସ୍ତରର ଚିନ୍ତାଧାରା ମୁହଁର ଶବ୍ଦରେ ପ୍ରତିଫଳିତ ହୋଇଛି  । ଓଡ଼ିଶାର ୨ କୋଟି ୨୫ ଲକ୍ଷ ମହିଳା ଅତ୍ୟନ୍ତ ସ୍ୱାଭିମାନୀ l ସେମାନେ ନିଜର ଆୟ ଵା ଦରମାକୁ ପଛକରି ଅତ୍ୟନ୍ତ ସ୍ନେହ, ଶ୍ରଦ୍ଧା ଏବଂ ସମର୍ପଣ ସହ ଘର ପରିବାର, ସାଇ ପଡିଶା ଏବଂ ସମାଜ କଥା ଚିନ୍ତା କରିଆସିଛନ୍ତି ଏବଂ ଆଗାମୀ ଦିନରେ ମଧ୍ୟ କରିବେ ।’

ସାଂସଦ କହିଛନ୍ତି, ‘ ମିଶନ ଶକ୍ତିର ଉଦ୍ଦେଶ୍ୟ ଥିଲା ମହିଳାମାନଙ୍କୁ ସଶକ୍ତୀକରଣ କରିବା ପାଇଁ ତାଙ୍କ ମନରେ ଆତ୍ମବିଶ୍ୱାସ ବୃଦ୍ଧି କରିବା ପାଇଁ ।  କିନ୍ତୁ ମନରେ ଏଭଳି ଅବିଶ୍ୱାସ, ବିଷାକ୍ତ ଏବଂ କୁତ୍ସିତ ଚିନ୍ତାଧାରା ନେଇ ମହିଳା କଲ୍ୟାଣ କିପରି ସମ୍ଭବ ବୋଲି ପ୍ରଶ୍ନ କରିଛନ୍ତି ସାଂସଦ ।’

ଶେଷରେ ସିଧସଳଖ ଟାର୍ଗେଟ କରି ସାଂସଦ ଅପରାଜିତା ଷଡଙ୍ଗୀ କହିଛନ୍ତି,   ‘ଆପଣ ନ ଭୁଲିବା ଦରକାର ଯେ, ଆମ ମାନଙ୍କ କର/ଟିକସ (Tax) ପଇସାରେ ଆପଣଙ୍କ ବେତନ ମିଳିଥାଏ  । ଆପଣଙ୍କ ଶବ୍ଦ, ବ୍ୟବହାର ଏବଂ ଚିନ୍ତାଧାରା ଅତ୍ୟନ୍ତ ନିରୁତ୍ସାହଜନକ, କଷ୍ଟ ଦାୟକ, ବିଷାକ୍ତ ଏବଂ ନିନ୍ଦନୀୟ  ।’

ସାଂସଦଙ୍କର ଏପରି ଉକ୍ତିକୁ ନେଇ ବିଜେଡି କିମ୍ବା ସଚିବଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ରଖାଯାଇ ନାହିଁ ।

Leave A Reply

Your email address will not be published.