Latest Odisha News

BREAKING NEWS

ପୁରୀ ଯିବା ବେଳେ ସାଂସଦ ଅପରାଜିତାଙ୍କ ଗାଡ଼ିକୁ ରୋକିଲା ପୋଲିସ

ପୁରୀ: ମହାପ୍ରଭୁଙ୍କ ଦର୍ଶନ କରିବାକୁ ପୁରୀ ଆସୁଥିବା ବେଳେ ଭୁବନେଶ୍ଵର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ଚନ୍ଦନପୁରରେ ପୁଲିସ ଅଟକାଇଥିଲା । ଏନେଇ ନିଜେ ପୁରୀ ଏସପି ସୂଚନା ଦେଇଛନ୍ତି । ଏହାପରେ ଭୁବନେଶ୍ଵର ସାଂସଦ  ନିଜ ସମର୍ଥକଙ୍କ ସହ ପାଦରେ ଚାଲିଚାଲି ମହାପ୍ରଭୁଙ୍କ ଦର୍ଶନ କରିବାକୁ ଯାଉଛନ୍ତି ।

ଏହି ସମୟରେ ସେ ରାଜ୍ୟ ସରକାରଙ୍କୁ ସମାଲୋଚନା କରିବା ସହ କହିଛନ୍ତି, ମହାପ୍ରଭୁଙ୍କ ଦର୍ଶନ କରିବାକୁ ଯାଉଥିବା ବେଳେ ସରକାରଙ୍କ ଡର କାହିଁକି।

ଏଣେ ଉକ୍ତ ସ୍ଥାନରେ ୧୦୦ରୁ ଅଧିକ ପୁଲିସଙ୍କୁ ମୁତୟନ କରାଯାଇଛି । ଗୋଟିଏ ଗାଡ଼ିରେ ଅପରାଜିତା ଯାଇପାରିବେ, କିନ୍ତୁ ସମର୍ଥକମାନଙ୍କୁ ଛଡ଼ାଯିବ ନାହିଁ ବୋଲି ପୂର୍ବରୁ କହିଛନ୍ତି ପୁରୀ ଏସପି । କିନ୍ତୁ ସମର୍ଥକ ମାନଙ୍କ ସହ ପୁରୀ ମନ୍ଦିର ଯିବାକୁ ଅପରାଜିତା ଜିଦ୍ ଧରିଥିଲେ।

Leave A Reply

Your email address will not be published.