Latest Odisha News

ଭୋଟ୍ ଦେବେନି ସାଂସଦ ଅପରାଜିତା !

ଭୁବନେଶ୍ୱର: ରାତି ପାହିଲେ ମହାନଗର ନିଗମ ପାଇଁ ଭୋଟ୍ ପଡିବ । ନିଜ ନିଜର ପ୍ରାର୍ଥୀଙ୍କୁ ଭୋଟ୍ ଦେବା ପାଇଁ ସମସ୍ତ ଭୋଟର ପ୍ରସ୍ତୁତ। କିନ୍ତୁ ଭୋଟ୍ ଦେବାକୁ ଆସିବେନି ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ । ସାଂସଦ ଦିଲ୍ଲୀରେ ଅଛନ୍ତି । ଆସନ୍ତାକାଲି ଅପରାହ୍ନ 12ଟା 30ରେ ନିଜ ବୁଥ ଆଇଆରସି ଭିଲେଜ, ନୟାପଲ୍ଲୀରେ ଭୋଟ୍ ଦେବେ ବୋଲି ସୂଚନା ମିଳିଥିଲା । କିନ୍ତୁ ରାତିରେ ତାଙ୍କ ସମର୍ଥକଙ୍କ ଦ୍ୱାରା ସୂଚନା ମିଳିଛି ଯେ ଦିଲ୍ଲୀରେ ଜରୁରୀ କାମ ଅଛି ତେଣୁ ସାଂସଦ ଭୋଟ୍ ଦେବାକୁ ଆସିପାରିବେ ନାହିଁ ।

ତେବେ ସାଂସଦ ଅପରାଜିତାଙ୍କ ଏପରି ମନୋଭବ ଆସନ୍ତାକାଲି ଭୋଟରଙ୍କ ଉପରେ ପ୍ରଭାବ ପକାଇବ ବୋଲି ଜଣାପଡିଛି। ଅନ୍ୟପଟେ ଶାସକ ଦଳର ନେତାଙ୍କ କହିବା କଥା ପରାଜୟ ଭୟରେ ସାଂସଦ ଆଗୁଆ ରାସ୍ତା କାଟି ଦିଲ୍ଲୀ ପଳାଇଛନ୍ତି। ଆଉ ସାଂସଦ ନିଜ ଅଂହକାରରେ ରହିଛନ୍ତି ତେଣୁ ଏପରି ନିର୍ବାଚନରେ ଭୋଟ୍ ଦେବାକୁ ଉଚିତ ମଣି ନାହାନ୍ତି ।

 ଭୋଟ୍ ନିଜର ଅଧିକାର । ଏହା ବିକ୍ରି ନହେବା ଦରକାର । ଗଣତନ୍ତ୍ରରେ ଗୋଟିଏ ଭୋଟର ମୂଲ୍ୟ ଢେର ଗୋଟିଏ ପ୍ରାର୍ଥୀ ପାଇଁ ଏବଂ ଜଣେ ଭୋଟର ପାଇଁ । ତେଣୁ ଭୋଟ୍ ଦିନ ସରକାର ଛୁଟି ଘୋଷଣା କରନ୍ତି । ଆଉ ଘରୁ ବାହାରି ସମସ୍ତଙ୍କୁ ନିଜ ମତ ଅଧିକାର ସାବ୍ୟସ୍ତ କରିବାକୁ କୁହନ୍ତି । ତେଣୁ ଜଣେ ନିର୍ବାଚିତ ପ୍ରତିନିଧି ଏବଂ ପୂର୍ବତନ ପ୍ରଶାସିକା ଭୋଟ୍ ନଦେବା କେତେ ଯୁକ୍ତିଯୁକ୍ତ?

Comments are closed.