Latest Odisha News

BREAKING NEWS

ମଧ୍ୟପ୍ରଦେଶ ବସ୍ ଦୁର୍ଘଟଣା: ଆଉ ୪ ମୃତଦେହ ଉଦ୍ଧାର; ମୃତ୍ୟୁ ସଂଖ୍ୟା ୫୧ କୁ ବୃଦ୍ଧି

ନୂଆଦିଲ୍ଲୀ: ବୁଧବାର ସକାଳେ ମଧ୍ୟପ୍ରଦେଶର ସିଦ୍ଧି ଜିଲ୍ଲାର ବସ୍ ଦୁର୍ଘଟଣାରେ ମୃତ୍ୟୁସଂଖ୍ୟା ୫୧ କୁ ବୃଦ୍ଧି ପାଇଛି ବୋଲି ପୋଲିସ କହିଛି।

ମଙ୍ଗଳବାର ଦିନ ୨୦ ଜଣ ମହିଳା ଏବଂ ଦୁଇ ଶିଶୁଙ୍କ ସମେତ ୪୭ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ସୂଚନା ମିଳିଛି।

ମଙ୍ଗଳବାର ବିଳମ୍ବିତ ରାତିରେ ଅଟକି ରହିଥିବା ଉଦ୍ଧାର କାର୍ଯ୍ୟ ବୁଧବାର ସକାଳେ ପୁଣି ଆରମ୍ଭ ହୋଇଥିଲା ଏବଂ ବନସାଗର ଡ୍ୟାମ ପ୍ରକଳ୍ପର ଅଂଶବିଶେଷ ଥିବା କେନାଲରୁ ଆଉ ଦୁଇଟି ମୃତଦେହ ଉଦ୍ଧାର କରାଯାଇଥିଲା ବୋଲି ସିଦ୍ଧିର ଅତିରିକ୍ତ ପୋଲିସ ଅଧୀକ୍ଷକ କହିଛନ୍ତି।

Comments are closed.