ଭୋପାଳ: ଆଗ୍ରାରେ ଅବସ୍ଥିତ ତାଜମହଲ ବିଶ୍ବପ୍ରସିଦ୍ଧ ଅଜୁବା ମଧ୍ୟରୁ ଅନ୍ୟତମ। ତେବେ ଏହି ତାଜମହଲ ଶାହ୍ ଜାହାନ ତାଙ୍କ ପତ୍ନୀଙ୍କ ପ୍ରତି ପ୍ରେମର ପ୍ରତୀକ ଭାବରେ ଗଢିଥିଲେ। ଯାହାକୁ ଯୁଗ ଯୁଗରୁ ପ୍ରେମର ପତୀକ ଭାବେ ବିବେଚନା କରାଯାଉଛି।
ଜଣେ ବ୍ୟକ୍ତି ନିଜ ପତ୍ନୀଙ୍କ ଲାଗି ଠିକ୍ ତାଜମହଲ ସଦୃଶ ଏକ ଗୃହ ନିର୍ମାଣ କରିଛନ୍ତି। ଏହି ୪ ବଖରା ବିଶିଷ୍ଟ ଘରକୁ ତିଆରି କରିବା ପାଇଁ ତିନି ବର୍ଷ ସମୟ ଲାଗିଥିଲା।
ଘର ନିର୍ମାଣ କରିଥିବା ଇଞ୍ଜିନିୟର କହିଛନ୍ତି ଯେ ଘର ନିର୍ମାଣରେ ଅନେକ ଚ୍ୟାଲେଞ୍ଜର ସମ୍ମୁଖୀନ ହେବାକୁ ପଡ଼ିଥିଲା। ସେ ପ୍ରକୃତ ତାଜମହଲକୁ ଅତି ନିକଟରୁ ଅଧ୍ୟୟନ କରିଥିଲେ। ଘର ଭିତରେ ଖୋଦନ ପାଇଁ ସେ ବେଙ୍ଗଲ ଏବଂ ଇନ୍ଦୋରର କଳାକାରମାନଙ୍କଠାରୁ ସାହାଯ୍ୟ ଲୋଡିଥିଲେ।
ଘରର ଗମ୍ବୁଜ ୨୯ ଫୁଟ ଉଚ୍ଚରେ। ଏଥିରେ ତାଜମହଲ ପରି ଟାୱାର ଅଛି ଏବଂ ଘରର ଚଟାଣ ରାଜସ୍ଥାନର ‘ମାକ୍ରାନା’ରୁ ତିଆରି ହୋଇଛି ଏବଂ ଆସବାବପତ୍ର ମୁମ୍ବାଇର କାରିଗରମାନଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇଛି।
ଏଥିରେ ଏକ ବଡ ହଲ୍ ରହିଛି। ତଳ ମହଲାରେ ୨ଟି ଶୟନ କକ୍ଷ, ଉପର ମହଲାରେ ୨ ଟି ଶୟନ କକ୍ଷ ରହିଛି। ଏକ ଲାଇବ୍ରେରୀ ଏବଂ ଏକ ଧ୍ୟାନ କକ୍ଷ ମଧ୍ୟ ରହିଛି। ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର୍ ଧରିଛି।
Comments are closed.