Latest Odisha News

BREAKING NEWS

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା  ଭାଗ : ୪ 

ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ । ବିଶ୍ଵମୂର୍ତ୍ତି ଶ୍ରୀଜଗନ୍ନାଥ ସର୍ବ ତତ୍ୱ, ସର୍ବ ଦର୍ଶନ, ସର୍ବ ପରମ୍ପରା ତଥା ସର୍ବ ସମ୍ପ୍ରଦାୟର ଆରାଧ୍ୟ ଶ୍ରୀଜଗନ୍ନାଥ । କେବଳ ମନ୍ଦିରରେ ଶ୍ରୀବିଗ୍ରହମାନଙ୍କୁ ଦର୍ଶନ କରିଦେଲେ, ଶ୍ରୀଜଗନ୍ନାଥ ଦର୍ଶନର ପୂର୍ଣ୍ଣତା ଆସେନି । କାରଣ ଜଣେ କ୍ଷୁଧାର୍ତ୍ତ କେବଳ ଅନ୍ନ ଦର୍ଶନ କରି ତା ଉଦର ଜ୍ୱାଳାକୁ ଶାନ୍ତି କରିପାରେନି । ସେହିପରି ଅନ୍ତରରେ ଉଠିଥିବା ଶ୍ରୀଜଗନ୍ନାଥ ଚେତନାର ଲାଳସା କେବଳ ବିଗ୍ରହ ଦର୍ଶନରେ ପ୍ରଶମିତ ହୁଏନାହିଁ । ଏହା ପ୍ରଶମିତ ହୁଏ ଶ୍ରୀ ଜଗନ୍ନାଥଙ୍କ ପ୍ରକୃତ ଉପଲବ୍ଧିରେ । ଏଠି ଆପଣଙ୍କ ମନରେ ଉତ୍କଣ୍ଠା ଜାଗିଥିବ ଜାଣିବାକୁ “ପ୍ରକୃତ ଉପଲବ୍ଧି ର ସ୍ୱରୂପ କ’ଣ?

ଏହା ସଂକ୍ଷେପ କହିଲେ ନିଜର ଆତ୍ମଉପଲବ୍ଧି, ସତରେ ନିଜକୁ ଆତ୍ମା ଭାବରେ ଜାଣିଵା ହିଁ ଶ୍ରୀ ଜଗନ୍ନାଥଙ୍କ ପ୍ରକୃତ ଉପଲବ୍ଧି । କାରଣ ଏହାଙ୍କୁ ଜାଣିବା ପରେ, ଆଉ ଅଧିକ ଜାଣିବାର କିଛି ବାକି ରହେନି । ତେଣୁ ଉପନିଷଦ କହେ “ଯସ୍ମିନ ବିଜ୍ଞାତେ ସର୍ବମିଦଂ ବିଜ୍ଞାତଂ ଭବତୀ.” ଅର୍ଥାତ ଯାହାଙ୍କୁ ଉପଲବ୍ଧି କରିବା ପରେ ସବୁକିଛିର ଉପଲବ୍ଧି ହୋଇଯାଏ ତେବେ ଏହି ଉପଲବ୍ଧି କରିବାର ପ୍ରକୃଷ୍ଠ ମାର୍ଗ ହେଲା ଜ୍ଞାନ ମାର୍ଗ । ସେଥିପାଇଁ ଭଗବତ ଚିନ୍ତନ, ଭାଗବତ (ଶାସ୍ତ୍ର ସମୂହ ) ଅଧ୍ୟୟନ ଏକାନ୍ତ ଆବଶ୍ୟକ । ଦିବ୍ୟଜ୍ଞାନର ଉଦୟ ହେଲେ ଆତ୍ମ ଚେତନାର ପରିପ୍ରକାଶ ଘଟେ ।

ତେଣୁ ଶ୍ରୀମଦ ଭାଗବତ କହେ ” ମନୁଷ୍ୟ ଦେହେ ଦିବ୍ୟଜ୍ଞାନ, ଦେଖି ସନ୍ତୋଷ ଭଗବାନ.” ଆସନ୍ତୁ ସର୍ବେ ଏ ଜ୍ଞାନ ଯଜ୍ଞରେ ସାମିଲ ହୋଇ ପରମ ଆରାଧ୍ୟ ଜଗନ୍ନାଥଙ୍କ ପ୍ରକୃତ ଉପଲବ୍ଧି କରିବା । ଜୟ ଜଗନ୍ନାଥ

Leave A Reply

Your email address will not be published.