Latest Odisha News

BREAKING NEWS

ମହାରାଷ୍ଟ୍ର ରାଜନୈତିକ ସଙ୍କଟ ମଧ୍ୟରେ ଚର୍ଚ୍ଚାରେ ନବନୀତଙ୍କ ପୁଷ୍ପା ଷ୍ଟାଇଲ

ମୁମ୍ବାଇ: ମହାରାଷ୍ଟ୍ରର ରାଜନୀତି ସଙ୍କଟ ମଧ୍ୟରେ ଅମରାବତୀ ଏମପି ନବନୀତ ରାଣାଙ୍କ ପୁଷ୍ପା ଷ୍ଟାଇଲ ଏବେ ଚର୍ଚ୍ଚାର କାରଣ ସାଜିଛି । ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୂର୍ମୁଙ୍କ ନାମାଙ୍କାନ ପତ୍ର ଦାଖଲ ବେଳେ ନବନୀତ ସେହି ସ୍ଥାନରେ ଉପସ୍ଥିତ ଥିଲେ । ସଂସଦରେ ପଂହଚିବା ମାତ୍ରେ ମିଡିଆ ପ୍ରତିନିଧିଙ୍କ ସାମ୍ନାରେ ପୁଷ୍ପା ଶୈଳୀରେ ମେଁ ଝୁକେଗା ନେହି ପୋଜ ଦେଇଥିଲେ । ମହାରାଷ୍ଟ୍ର ରାଜନୈତିକ ସଙ୍କଟ ସହ ଏହାକୁ ଯୋଡା ଯାଉଛି । ନବନୀତ ଓ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ମଧ୍ୟରେ ଏବେ କିଛି ଦିନ ହେବ ରାଜନୈତିକ ଲଢ଼େଇ ଚାଲିଛି ।

ଉଦ୍ଧବଙ୍କ ଘର ସମ୍ମୁଖରେ ସେ ହନୁମାନ ଚାଳିଶା ପାଠ କରିବା ଯୋଗୁ ତାଙ୍କ ତାଙ୍କ ପତି ରବି ରାଣାଙ୍କ ସହ ଜେଲ ଯିବାକୁ ପଡିଥିଲା । ସେ ସମୟରେ ନବନୀତ କହିଥିଲେ ଏହି ସରକାର ନିଜ କର୍ମ ଯୋଗୁ ଭାଙ୍ଗିଯିବ । ବର୍ତମାନ ଉଦ୍ଧବ ସରକାର ବଂଚାଇବା ପାଇଁ ଉଦ୍ୟମ କରୁଥିବା ବେଳେ ନବନୀତଙ୍କ ପୁଷ୍ପା ଷ୍ଟାଇଲ ପ୍ରଶଂସକଙ୍କୁ ଆନନ୍ଦିତ କରିଛି । ମହାରାଷ୍ଟ୍ରକୁ ସଙ୍କଟରୁ ବଂଚାଇବା ପାଇଁ ସେ ୧୧ ଥର ହନୁମାନ ଚାଳିଶା ପାଠ କରିଥିଲେ ।

Comments are closed.