Latest Odisha News

BREAKING NEWS

ଆମେ ରାଜକୋଷ ଲୁଟିବା ଯୋଜନାରେ ନାହୁଁ, ତେଣୁ ଡରିବାର ପ୍ରଶ୍ନ ଉଠୁନି: ପ୍ରତାପ ଷଡଙ୍ଗୀ

ଭୁବନେଶ୍ବର: ଆମେ ଅତ୍ୟନ୍ତ ଖୁସି ଯେ ଆମକୁ ଶକ୍ତ ବିରୋଧୀ ଦଳ ମିଳିଛି । ସେମାନେ ଆମକୁ ଜଗନ୍ତୁ ବୋଲି ବିରୋଧୀଙ୍କୁ ସମାଲୋଚନା କରି କହିଛନ୍ତି ସାଂସଦ ପ୍ରତାପ ଷଡ଼ଙ୍ଗୀ। ବାସ୍ତବରେ ବିଜେଡିର ଛାୟା କ୍ୟାବିନେଟକୁ ନେଇ ଏପରି କିଛି କହିଛନ୍ତି ସାଂସଦ ପ୍ରତାପ ଷଡ଼ଙ୍ଗୀ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଆମେ ରାଜକୋଷ ଲୁଟିବା ଯୋଜନାରେ ନାହୁଁ। ତେଣୁ ଡରିବାର ପ୍ରଶ୍ନ ଉଠୁନି। ତେବେ ଆମେ କିନ୍ତୁ ‘ଆମ ଓଡ଼ିଶା, ନବୀନ ଓଡ଼ିଶା, ୫ଟି କାଢ଼ିବୁ’। ଆମେ ଶତ ପ୍ରତିଶତ କାମ କରିବାକୁ ଆସୁଛୁ, ଡରିବୁ କାହିଁକି। ତେବେ ଛାୟା କ୍ୟାବିନେଟ୍‌ କଲେ ସତ କିନ୍ତୁ ଛାୟା ମୁଖ୍ୟମନ୍ତ୍ରୀ କିଏ ବୋଲି ପ୍ରଶ୍ନ କରିଛନ୍ତି ଶ୍ରୀ ଷଡଙ୍ଗୀ। ଲୋକେ ଯାହା ଉପରେ ଭରସା କରିଥିଲେ ସିଏ ଆଉଟ୍, କେଉଁଠି କାହିଁ ଦେଖାଯାଉନାହାଁନ୍ତି ବୋଲି କଟାକ୍ଷ କରିଛନ୍ତି ଷଡ଼ଙ୍ଗୀ।

ସୂଚନାଯୋଗ୍ୟ ଯେ, ଓଡ଼ିଶା ଇତିହାସରେ ପ୍ରଥମ ଥର ପାଇଁ ଛାୟା କ୍ୟାବିନେଟ ଗଠନ କରିଛି ବିରୋଧୀ ଦଳ। ଏଥିଲାଗି ସରକାରଙ୍କ ପ୍ରତ୍ୟେକ ବିଭାଗ ଉପରେ ତୀକ୍ଷ୍ମ ନଜର ରଖିବାକୁ ଦାୟିତ୍ୱ ବାଣ୍ଟିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ରାଜା ସ୍ୱାଇଁଙ୍କୁ ରାଜସ୍ୱ ବିଭାଗ, ପ୍ରମିଳାଙ୍କୁ ପଞ୍ଚାୟତିରାଜ ବିଭାଗ, ବଦ୍ରିଙ୍କୁ ମହିଳା ଓ ଶିଶୁ ବିକାଶ ବିଭାଗ, ନିରଞ୍ଜନ ପୂଜାରୀଙ୍କୁ ଗୃହ ବିଭାଗ, ପ୍ରସନ୍ନ ଆଚାର୍ଯ୍ୟଙ୍କୁ ଅର୍ଥ ବିଭାଗ, ପ୍ରତାପ ଦେବଙ୍କୁ ଜିଏ, ଅରୁଣଙ୍କୁ ଜଳ ସଂପଦ ବିଭାଗ, ବ୍ରଜ ପ୍ରଧାନଙ୍କୁ ସ୍ୱାସ୍ଥ୍ୟ ବିଭାଗ, ରାଜେନ୍ଦ୍ର ଢୋଲକିଆଙ୍କୁ ଗଣଶିକ୍ଷା ବିଭାଗରେ ଦାୟିତ୍ୱ ବାଣ୍ଟିଛନ୍ତି ନବୀନ ପଟ୍ଟନାୟକ।

Comments are closed.