Latest Odisha News

BREAKING NEWS

ଧରାପଡିଲା କଂଗ୍ରେସ ପ୍ରେମ: ଇମ୍ରାନଙ୍କ ପାର୍ଟିର ଗୀତକୁ ନକଲ କରି କରୁଛି ନର୍ବାଚନ ପ୍ରଚାର

ଭୋପାଳ: ପୁଣି ଥରେ ସାମ୍ନାକୁ ଆସିଲା କଂଗ୍ରେସର ପାକିସ୍ତାନ ପ୍ରେମ । ନିର୍ବାଚନୀ ପ୍ରଚାର ପାଇଁ କଂଗ୍ରେସ ପାକିସ୍ତାନର ଇମ୍ରାନ ଖାନଙ୍କ ଦଳ ପିଟିଆଇର ଗୀତ ଚୋରି କରିଛି । କଂଗ୍ରେସର ଚୋରି ଅଭ୍ୟାସ ବହୁତ ପୁରୁଣା  । ହେଲେ ପାକିସ୍ତାନ ସହ ଏତେ ପ୍ରେମ କାହିଁକି ଏମିତି ପ୍ରଶ୍ନ କରି କଂଗ୍ରେକୁ ଘେରିଛି ମଧ୍ୟପ୍ରଦେଶ ବିଜେପି ।

ଏହା ଉପରେ ବିରୋଧୀ ଦଳ କଂଗ୍ରେସ ପାଲଟା ଜବାବ ରଖିଛି । କଂଗ୍ରେସ ଅଭିଯାଗ କରିଛି, ବିଜେପି ସରକାରରେ ଉପମୁଖ୍ୟମନ୍ତ୍ରୀ ଦୁଷ୍ମନ୍ତ ଚୌତାଲା ପାକିସ୍ତାନୀ ପାର୍ଟିର ଗୀତ କପି କରିଛନ୍ତି ଏବଂ ଏହାକୁ ବିଜେପି ରାଜସ୍ଥାନରେ ନିର୍ବାଚନ ପ୍ରଚାର ସମୟରେ ବ୍ୟବହାର କରିଛି ।

ସୂଚନାଥାଉ କି, କଂଗ୍ରେସର ଜନ ଆକ୍ରୋଶଯାତ୍ରା ସେପ୍ଟେମ୍ବର ୧୯ ଅର୍ଥାତ ଆସନ୍ତାକାଲିଠାରୁ ବାହାରିବ  ଏବଂ ୭ଟି ଜାଗାରେ ବାହାରିବ । ରାଜ୍ୟରେ ଆସନ୍ତା ନେଭମ୍ବରେ ହେବ ବିଧାନସଭା ନିର୍ବାଚନ ।

ବିବାଦ ସେସେତେବଳେ ଆରମ୍ଭ ହୋଇଥିଲା ଯେତେବେଳେ ବିଜେପିର ମଧ୍ୟ ପ୍ରଦେଶ ୟୁନିଟିର ସଚିବ ରାହୁଲ କୋଠାରୀ ଅଭିଯୋଗ ଆଣିଥିଲେ ଯେ, ଜନ ଆକ୍ରୋଶ ଯାତ୍ରାରେ ‘କଂଗ୍ରେସର ଗୀତ ଚଲୋ..ଚଲୋ.. କଂଗ୍ରେସର ସଂଗ ଚଲୋ..’ଗୀତ ‘ଚଲୋ ଇମ୍ରାନ କେ ସାଥ’ର ନକଲ ଅଟେ । ଏହି ଗୀତ ପାକିସ୍ତାନ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଦଳ ପିଟିଆଣ ଥିମ ସଂଗ ଅଟେ ।

ବିଜେପିର ମଧ୍ୟପ୍ରଦେଶ ଶାଖା ପକ୍ଷରୁ ଏକ୍ସ ଆକାଉଣ୍ଟରେ କଂଗ୍ରେସର ନିର୍ବାଚନ ଅଭିଯାନ ଗୀତ ସହ ପାକିସ୍ତାନ ଦଳର ଥିମ ଜୋଡି ଏହାକୁ ସେୟାର କରିଛନ୍ତି ।

Leave A Reply

Your email address will not be published.