Latest Odisha News

BREAKING NEWS

୨୨ରେ ଆସିବ ରାଜ୍ୟ ବଜେଟ୍, ଏଥର ୧ ଲକ୍ଷ ୭୦ କୋଟି ଟପିବ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ରାଜ୍ୟ ମନ୍ତ୍ରୀ ପରିଷଦ ବୈଠକ ଶେଷ ହୋଇଛି । ମନ୍ତ୍ରୀ ପରିଷଦ ବୈଠକରେ ବଜେଟ୍ ଚିଠା ପ୍ରସ୍ତାବକୁ ଅନୁମୋଦନ ମିଳିଛି । ଏଥର ରାଜ୍ୟ ବଜେଟର ପରିମାଣ ୧ ଲକ୍ଷ ୭୦ ହଜାର କୋଟି ହୋଇଥିବା ନେଇ ସୂଚନା ମିଳିଛି । ଆସନ୍ତା ୨୨ ତାରିଖରେ ରାଜ୍ୟ ବଜେଟ୍ ଉପସ୍ଥାପନ ହେବ ।

୨୦୨୦-୨୧ ଆର୍ଥିକ ବର୍ଷରେ ରାଜ୍ୟ ବଜେଟ୍ ୧ ଲକ୍ଷ ୫୦ ହଜାର କୋଟି ଟଙ୍କା ଥିଲା । ବଜେଟରେ ବିଶେଷକରି ପୁଞ୍ଜିନିବେଶ, ବିକାଶ, ଭିତ୍ତିଭୂମି ଉନ୍ନୟନ ଓ ରୂପାନ୍ତରଣ ଉପରେ ଗୁରୁତ୍ୱ ଦିଆଯାଇଥିଲା । ଗତଥରର ବଜେଟ୍ ୨୦୧୯-୨୦ ଆର୍ଥିକ ବର୍ଷ ତୁଳନାରେ ୧୧.୧ ପ୍ରତିଶତ ଅଧିକ ଥିଲା ।

କୋଭିଡ୍ ମହାମାରୀ ସତ୍ତ୍ୱେ ଚଳିତଥର ରାଜ୍ୟ ବଜେଟର ପରିମାଣ ବଢ଼ିଛି । ବଜେଟରେ ସ୍ୱାସ୍ଥ୍ୟସେବା କ୍ଷେତ୍ରକୁ ବିଶେଷ ଅଗ୍ରାଧିକାର ଦିଆଯିବ ବୋଲି କୁହାଯାଉଛି । ଏଥିସହ ସରକାର କୃଷି ଓ ଶିକ୍ଷାକ୍ଷେତ୍ରରେ ଗତବର୍ଷ ଅପେକ୍ଷା ଅଧିକ ବ୍ୟୟ ବରାଦ କରିପାରନ୍ତି ।

Leave A Reply

Your email address will not be published.