Latest Odisha News

BREAKING NEWS

ନିଜ ୨୦୦ତମ ଆଇପିଏଲ୍ ମ୍ୟାଚ୍ ଜର୍ସିକୁ ଉପହାରରେ ଦେଲେ କ୍ୟାପଟେନ କୁଲ

ୟୁଏଇ: ଚାଲିଛି ଇଣ୍ଡିଆନ ପ୍ରିମିୟର ଲିଗ । ଗତକାଲିର ଚେନ୍ନାଇ ସୁପର କିଙ୍ଗ୍ସ ଓ ରାଜସ୍ଥାନ ରୟାଲ୍ସ ମ୍ୟାଚ ସରିବା ପରେ ଗୋଟିଏ ହୃଦୟସ୍ପର୍ଶୀ ଦୃଶ୍ୟ ଦେଖିବାକୁ ମିଳିଥିଲା ।

ଚେନ୍ନାଇ ସୁପର କିଙ୍ଗ୍ସ ଅଧିନାୟକ ତଥା କ୍ୟାପଟେନ କୁଲ ଏମଏସ ଧୋନି ନିଜ ୨୦୦ତମ ଆଇପିଏଲ୍ ମ୍ୟାଚ୍ ଜର୍ସିକୁ ଇଂଲଣ୍ଡ କ୍ରିକେଟର ଜୋସ୍ ବଟଲରଙ୍କୁ ଉପହାରରେ ଦେଇଛନ୍ତି ।

ୱାର୍ଲ୍ଡ କପ୍ ୱିନିଂ କ୍ରିକେଟର ଜୋସ୍ ବଟଲର ଜଣେ ବିରାଟ ଏମଏସ ଧୋନି ପ୍ରଶଂସକ । ଧୋନୀଙ୍କୁ ସେ ନିଜ ଆଦର୍ଶ ବୋଲି ମାନନ୍ତି । ଗତକାଲି ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷରେ ସହଜ ସେ ୪୮ ବଲରେ ୭୦ ରନ ଯୋଡିଥିଲେ ।

ମ୍ୟାଚ ପରେ ଧୋନି ତାଙ୍କର ଜଣେ ବଡ ପ୍ରଶଂସକ ଜୋସ୍ ବଟଲରଙ୍କ ପ୍ରତି ଏକ ହୃଦୟସ୍ପର୍ଶୀ ଅଙ୍ଗଭଙ୍ଗୀରେ, ତାଙ୍କର ସ୍ବତନ୍ତ୍ର CSK ଜର୍ସି ଉପହାର ଦେଇଥିଲେ ଯାହାକି ସେ ଅକ୍ଟୋବର ୧୯ରେ ଖେଳାଯାଇଥିବା ନିଜ ୨୦୦ତମ ଆଇପିଏଲ୍ ମ୍ୟାଚରେ ପିନ୍ଧିଥିଲେ ।

ଅଗଷ୍ଟ ୨୦୧୧ରେ ଆନ୍ତର୍ଜାତୀୟ ଖେଳରେ ଡେବ୍ୟୁ କରିଥିବା ବଟଲର୍ ଦୀର୍ଘ ଦିନ ଧରି ଭାରତୀୟ ଅଧିନାୟକ ଏମ୍.ଏସ୍ ଧୋନିଙ୍କ ପ୍ରଶଂସକ ଥିଲେ।

୨୦୧୪ରେ ନିଜ ଆଦର୍ଶ ଧୋନୀଙ୍କ ପାଇଁ ଜୋସ୍ ବଟଲର ଏକ ଇନଷ୍ଟାଗ୍ରାମ ପୋଷ୍ଟ କରିଥିଲେ । ଦେଖନ୍ତୁ ପୋଷ୍ଟ:

 

View this post on Instagram

 

Amazing memorabilia from this summer. Signed shirt from one of my heroes! #MSD #toocool #helicopter

A post shared by Jos Buttler (@josbuttler) on

ଅଗଷ୍ଟରେ କ୍ରିକେଟ ଜଗତରୁ ଧୋନିଙ୍କ ଅନ୍ତର୍ଜାତୀୟ ଅବସର ପରେ ମଧ୍ୟ ବଟଲର ନିଜ ଇନଷ୍ଟାଗ୍ରାମରେ ଲେଖିଥିଲେ.

Leave A Reply

Your email address will not be published.