Latest Odisha News

BREAKING NEWS

ଟି-୨୦ ଦଳରୁ ବାଦ ପଡିଲେ ଧୋନୀ

ନୂଆଦିଲ୍ଲୀ : ଭାରତୀୟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ଟି-୨୦ ଭାରତୀୟ ଦଳରେ ସ୍ଥାନ ପାଇପାରିନାହାନ୍ତି ।

ୱେଷ୍ଟଇଣ୍ଡିଜ ସହିତ ଟି-୨୦ ମ୍ୟାଚ ଖେଳିବା ପାଇଁ ଖେଳାଳୀଙ୍କ ନାମ ଘୋଷଣା କରାଯାଇଥିଲା କିନ୍ତୁ ସେହି ତାଲିକାରୁ ଧୋନୀଙ୍କ ନାମ ବାଦ ପଡିଥିଲା । ସେହିପରି ବିସିସିଆଇ ଦେଇଥିବା ସୂଚନାନୁଯାୟୀ ଅଷ୍ଟ୍ରେଲିଆ ସିରିଜର ଟି-୨୦ ଦଳରେ ମଧ୍ୟ ସେ ସ୍ଥାନ ପାଇନାହାନ୍ତି ।

୩୭ ବର୍ଷିୟ ଧୂରନ୍ଧର ଧୋନୀ ନିଜର ହେଲିକାପ୍ଟର ସଟ୍ କ୍ରିକେଟ ପ୍ରେମୀଙ୍କୁ କିମିଆ କରିଥିବାବେଳେ ସେ ଭାରତ ପାଇଁ ସବୁଠାରୁ ଅଧିକ ଟି-୨୦ ଆନ୍ତର୍ଜାତୀୟ ମ୍ୟାଚ ଖେଳିଛନ୍ତି । ତେବେ ଦଳରେ ତାଙ୍କ ଜାଗାରେ ଦିନେଶ କାର୍ତ୍ତିକ ଓ ଋଷଭ ପନ୍ତ୍ ଙ୍କୁ ବ୍ୟାଟ୍ସମ୍ୟାନ ଓ ୱିକେଟ କିପରର ବିକଳ୍ପ ଭାବେ ନେବାର ଯୋଜନା ଚୟନକର୍ତ୍ତା କମିଟି କରୁଥିବା ନେଇ ସୂଚନା ମିଳୁଛି ।

ଅନ୍ୟପକ୍ଷରେ ୨୦୦୭ରେ ଧୋନୀଙ୍କ ନେତୃତ୍ୱରେ ହିଁ ଟିମ ଇଣ୍ଡିଆ ପ୍ରଥମ ଟି-୨୦ ୱାଲର୍ଡ କପ୍ ଜିତି ପାରିଥିଲା । ଆଶ୍ଚର୍ଯ୍ୟର ବିଷୟ ଯେ ନଭେମ୍ବର ମାସରେ ଭାରତ ୬ଟି ଟି-୨୦ ଖେଳିବାକୁ ଥିବାବେଳେ ଧୋନୀଙ୍କୁ ସମ୍ପୂର୍ଣ୍ଣ ବାଦ ଦିଆଯାଇଛି ।

ଆହୁରି ମଧ୍ୟ ଆଗକୁ ଗୁରୁତ୍ୱପୂର୍ଣ୍ଣ ସିରିଜ ଥିବାରୁ ୱେଷ୍ଟଇଣ୍ଡିଜ ଟି-୨୦ ବିପକ୍ଷ ସିରିଜରେ କୋହଲିଙ୍କୁ ବିଶ୍ରାମ ଦିଆଯାଇଥିବା ଜଣାପଡିଛି ଏବଂ ତାଙ୍କ ବଦଳରେ ରୋହିତ ଶର୍ମା ଦଳର ନେତୃତ୍ୱ ନେବେ ବୋଲି ସୂଚନା ଦେଇଛନ୍ତି ମୁଖ୍ୟ ଚୟନକର୍ତ୍ତା ଏମଏସକେ ପ୍ରସାଦ ।

Leave A Reply

Your email address will not be published.