Latest Odisha News

BREAKING NEWS

ମଥୁରା କୃଷ୍ଣ ଜନ୍ମଭୂମିକୁ ନେଇ ଆଗତ ଆବେଦନ ଖାରଜ

ମଥୁରା: ମଥୁରାର କୃଷ୍ଣ ଜନ୍ମଭୂମିକୁ ନେଇ କରାଯାଇଥିବା ଆବେଦନ କୋର୍ଟରେ ଖାରଜ ହୋଇଯାଇଛି । ଅଯୋଧ୍ୟା ରାମ ଜନ୍ମଭୂମି ମାମଲା ପରେ ଏହି ବିବାଦ କୋର୍ଟରେ ପଂହଚିଥିଲା । ମୋଗଲ ସମ୍ରାଟ ଔରଙ୍ଗଜେବ ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମସ୍ଥାନ ବିବେଚନା କରାଯାଉଥିବା ମଥୁରା ମନ୍ଦିରର ଏକ ଅଂଶ ଭାଙ୍ଗି ମସଜିଦ ନିର୍ମାଣ କରିଥିଲେ ।

ଏହି ସ୍ଥାନରୁ ମସଜିଦକୁ ହଟାଇଦେବା ପାଇଁ କୋର୍ଟେ ଗତ ସପ୍ତାହରେ ଆବେଦନ କରାଯାଇଥିଲା । ଯାହା ଏବେ ଖାରଜ ହୋଇଯାଇଛି । କୌଣସି ଧାର୍ମିକ ସ୍ଥଳର ସ୍ଥିତି ଉଦ୍ଦେଶ୍ୟମୂଳକ ଭାବେ ବଦଳାଇ ପାରିବ ନାହିଁ ନିୟମ ଦର୍ଶାଇ କୋର୍ଟ ନିଷ୍ପତି ଶୁଣାଇଥିଲା । ସେହିପରି ଉଭୟ ଧର୍ମର ଲୋକମାନେ ଏଥିରେ କୌଣସି ଅସୁବିଧା ନାହିଁ ବୋଲି ଦର୍ଶାଇଛନ୍ତି ।

Leave A Reply

Your email address will not be published.