Latest Odisha News

BREAKING NEWS

ନକଲି ଜର୍ଦ୍ଦା କାରବାର, ଚଢ଼ାଉ ବେଳେ ପୋଲିସ ଓ ସାମ୍ବାଦିକଙ୍କୁ ଆକ୍ରମଣ

ଭଦ୍ରକ: ପୋଲିସ ଓ ସାମ୍ବାଦିକଙ୍କୁ ଆକ୍ରମଣ । ଭଦ୍ରକ ପୁରୁଣାବଜାର ଥାନା ହେଲାସାହିରେ ଚଢ଼ାଉ ବେଳେ ପୋଳିସ ଏବଂ ସାମ୍ବାଦିକଙ୍କ ଉପରେ ଆକ୍ରମଣ ହୋଇଛି । ନକଲି ଜର୍ଦ୍ଦା ପ୍ରସ୍ତୁତିକୁ ନେଇ ରେଡ୍ କରିବାକୁ ଯାଇଥିବା ବେଳେ ଏହି ଆକ୍ରମଣ ହୋଇଥିବା ସୂଚନା ମିଳିଛି । ଏପରିକି ସାମ୍ବାଦିକଙ୍କ ମୋବାଇଲ ଭାଙ୍ଗିବା ସହ କ୍ୟାମେରା ଓ ବୁମ୍ ମଧ୍ୟ ଛଡାଇ ନେଇଛନ୍ତି ଅସାଧୁ ବ୍ୟବସାୟୀ ।

ସୂଚନା ଯୋଗ୍ୟ ଯେ, ନକଲି ଜର୍ଦ୍ଦା ତିଆରି ହେଉଥିବା ଖବର ପାଇ ଭଦ୍ରକ ପୋଲିସ ଚଢ଼ାଉ କରିଥିଲା । କିଛି ନକଲି ଜର୍ଦ୍ଦା ଓ ତିଆରି ସାମଗ୍ରୀ ଜବତ ପରେ ସ୍ଥାନୀୟ ଲୋକେ ଉତ୍ତ୍ୟକ୍ତ ହୋଇ ପୋଲିସ ଗାଡିକୁ ଧକ୍କା ମାରିବା ସହ ପୋଲିସ କର୍ମଚାରୀଙ୍କୁ ମାଡ଼ ମାରିଥିବା ସୂଚନା ମିଳିଛି । ଖବର ପାଇ କେତେକ ଗଣମାଧ୍ୟମ ପ୍ରତିନିଧି ଘଟଣାସ୍ଥଳକୁ ଯାଇଥିବା ବେଳେ ସାମ୍ବାଦିକଙ୍କୁ ମାଡ଼ ମାରିଥିଲେ । ପରେ ମୋବାଇଲ ଭାଙ୍ଗିବା ସହ ମୋବାଇଲ, ବୁମ ଓ ବ୍ୟାଗ ଛଡାଉ ନେଇଥିଲେ ।

Leave A Reply

Your email address will not be published.