Latest Odisha News

BREAKING NEWS

[ଭିଡ଼ିଓ]ହାତୀ ଦାନ୍ତ ସହ ବାଘ ନଖ ଜବତ, ୪ଜଣ ଗିରଫ

ନୂଆପଡ଼ା: ନୂଆପଡ଼ା ଜିଲ୍ଲା ସିନାପାଲି ବନ ବିଭାଗକୁ ମିଳିଛି ସଫଳତା । ୪୨ଖଣ୍ଡ ବାଘ ନଖ ଓ ଦୁଇଟି ହାତୀ ଦାନ୍ତ ଜବତ କରିବା ସହ ୪ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ଅଭିଯୁକ୍ତମାନେ ହେଲେ ସିନାପାଲି ବ୍ଲକ ସଦର ଗ୍ରାମର ଧନେଶ୍ୱର ମେହେର, ଗଣ୍ଡାବାହାଲି ଗ୍ରାମର ମନୋଜ ମେହେର, କଳାହାଣ୍ଡି ଜିଲ୍ଲା ଏମ୍ ରାମପୁର ଟୁରୁଚି ଗ୍ରାମର ନୂଆଖାଉ ବାଗ ଓ ଚିତ୍ରସେନ ବାଗ ।

ସୂଚନା ଅନୁସାରେ, ସିନାପାଲି ବ୍ଲକ ସଦର ପଞ୍ଚାୟତ କାପସି ଗ୍ରାମ ପଦରଭଟା ଆମ୍ବ ଗଛଠାରେ ମନୋଜ ମେହେର ଓ ଧନେଶ୍ୱର ମେହେର ବାଘ ନଖ ଧରି ଗ୍ରାହକଙ୍କୁ ଜଗିଥିଲେ । ଏହି ସମୟରେ କୌଣସି ସୂତ୍ରରୁ ଖବର ପାଇ ସିନାପାଲି ବନାଞ୍ଚଳ ଅଧିକାରୀଙ୍କ ନେତୃତ୍ୱରେ ଏକ ଟିମ୍ ଚଢ଼ାଉ କରିଥିଲା । ଏଥିରେ ୨ଜଣ ବ୍ୟକ୍ତିଙ୍କୁ ଗିରଫ କରିବା ସହ ତାଙ୍କଠାରୁ ବାଘ ନଖ ଜବତ କରିଥିଲେ । ଅଭିଯୁକ୍ତଙ୍କୁ ପଚରାଯିବା ପରେ କଳାହାଣ୍ଡିକୁ ଚେର ଲମ୍ବିଥିବା ଜଣାପଡ଼ିଥିଲା ।

କଳାହାଣ୍ଡି ଜିଲ୍ଲା ଟୁରୁଚି ଗ୍ରାମର ୨ଜଣ ବ୍ୟକ୍ତିଙ୍କ ପାଖରେ ହାତୀଦାନ୍ତ ଥିବା ସୂଚନା ମିଳିଛି । ଖଡ଼ିଆଳ ଡ଼ିଏଫଓ ବିବେକ କୁମାରଙ୍କ ନିର୍ଦ୍ଦେଶକ୍ରମେ ଏସିଏଫ୍ ଶିବ ପ୍ରସାଦ ରଥଙ୍କ ନେତୃତ୍ୱରେ ଏକ ଟିମ୍ ଗଠନ କରି ଟୁରୁଚି ଗାଁରେ ଚଢ଼ାଉ କରିଥିଲେ । ୨ଜଣ ଅଭିଯୁକ୍ତ ନୂଆଖାଉ ବାଗ ଓ ଚିତ୍ରସେନ ବାଗଙ୍କୁ ଗିରଫ କରାଯାଇଥିଲା । ୨ଖଣ୍ଡ ହାତୀ ଦାନ୍ତର ଓଜନ ୪କେଜି ୨ଶହ ଗ୍ରାମ ବୋଲି ଜଣାପଡ଼ିଛି । ହାତୀ ଦାନ୍ତ ଲିଙ୍କ୍ ଓଡ଼ିଶା ସମେତ ଛତିଶଗଡ଼ ଲମ୍ବିଛି ବୋଲି ଡ଼ିଏଫଓ ବିବେକ କୁମାର କହିଛନ୍ତି ।

Leave A Reply

Your email address will not be published.