Latest Odisha News

BREAKING NEWS

ହନି ଟ୍ରାପର ଆଉ ଶିକାର ହେବେନି ଯବାନ, ପ୍ରସ୍ତୁତ ହେଲା ଏହି ଆପ୍..

ନୂଆଦିଲ୍ଲୀ: ପାକିସ୍ତାନୀମାନେ ଅନେକ ସମୟରେ ଭାରତୀୟ ସୈନ୍ୟମାନଙ୍କୁ ହନି ଟ୍ରାପରେ ଫସାଇ ସେମାନଙ୍କଠାରୁ ଗୁପ୍ତ ସୂଚନା ବାହାର କରିବାକୁ ଚେଷ୍ଟା କରୁଥିବା ମାମଲା ସାମ୍ନାକୁ ଆସିଛି । ଏବେ କିନ୍ତୁ ଭାରତୀୟ ସେନା ଏପରି ଏକ ସଫ୍ଟୱେର୍ ଡିଜାଇନ୍ କରିଛି ଯାହା ଦ୍ୱାରା ଶତ୍ରୁ କେବେବି ଭାରତର ସୈନ୍ୟମାନଙ୍କୁ ହନି ଟ୍ରାପ୍ ରେ ଫସାଇ ପାରିବେ ନାହିଁ । ଏହି ସଫ୍ଟୱେରର ନାମ ହେଉଛି MShield 2.0 ।

ଏହି ସଫ୍ଟୱେର୍ ଏପରି ଭାବରେ ତିଆରି କରାଯାଇଛି ଯେ ଅଜାଣତରେ ମଧ୍ୟ ସୈନ୍ୟମାନଙ୍କଠାରୁ କୌଣସି ସୂଚନା ଲିକ୍ ହୋଇପାରିବ ନାହିଁ । ଏହି ଆପ୍ଲିକେସନ୍ କେବଳ ସେନା କର୍ମଚାରୀଙ୍କ ଦ୍ୱାରା ଡାଉନଲୋଡ୍ କରାଯାଏ ଏବଂ କେବଳ ଅଧିକାରୀ ଜାଣିପାରିବେ ଯେ କୌଣସି ସେନା କର୍ମଚାରୀ କୌଣସି ନକଲି ଆପ୍ଲିକେସନ୍ ଡାଉନଲୋଡ୍ କରିଛନ୍ତି କି ନାହିଁ ।

ଏହି MShield 2.0 ଦ୍ବାରା ଏହା ମଧ୍ୟ ଜାଣିବାକୁ ମିଳିଥାଏ ଯେ, କୌଣସି PIO କଲ୍ ଆସିଛି କି ନାହିଁ, ଯାହା ପ୍ରାୟତଃ ହନି ଟ୍ରାପରେ କରାଯାଏ । ସେନା ଅଧିକାରୀ କହିଛନ୍ତି ଯେ ଏହି ଆପ୍ଲିକେସନ୍ ବ୍ୟବହାର କରିବା ପରେ ଏପର୍ଯ୍ୟନ୍ତ ହନି ଟ୍ରାପ୍ ର କୌଣସି ମାମଲା ରିପୋର୍ଟ ହୋଇନାହିଁ ।

ଏହି ମୋବାଇଲ୍ ଆପ୍ଲିକେସନ୍‌ର ବିଶେଷତ୍ବ ହେଉଛି ଏହା କେବଳ ସେନା କର୍ମଚାରୀଙ୍କ ଦ୍ୱାରା ବ୍ୟବହାର କରାଯାଏ ଏବଂ କୌଣସି ଯବାନ ଯେପରି ଜାଣତରେ କିମ୍ବା ଅଜାଣତରେ ଏହି ହନି ଟ୍ରାପ୍‌ର ଶିକାର ନ ହୁଅନ୍ତି, ସେଥିପାଇଁ ଭାରତୀୟସେନା ଏହି ମୋବାଇଲ୍ ଆପ୍ଲିକେସନ୍‌ ବିକଶିତ କରିଛି । କ୍ୟାପ୍ଟେନ୍ ଶିବାନୀ ତିୱାରୀ କହିଛନ୍ତି ଯେ, ବର୍ତ୍ତମାନ ଏହି ଆପ୍ଲିକେସନ୍ ଆମର ରୋମିଓ ଫୋର୍ସରେ ବ୍ୟବହାର କରାଯାଉଛି ଏବଂ ଆମର ଲକ୍ଷ୍ୟ ହେଉଛି ଏହି ଆପ୍ଲିକେସନ୍ କୁ ପେନ୍ ଆର୍ମିରେ କାର୍ଯ୍ୟକାରୀ କରିବା ।

ହନି ଟ୍ରାପ୍ କ’ଣ?
ଭାରତୀୟ ସେନାର ସୂଚନା ଅନୁଯାୟୀ, ଏହା ସାଧାରଣତଃ ଜଣେ ଯୁବତୀ ଏବଂ ସୁନ୍ଦରୀ ମହିଳାଙ୍କ ସୋସିଆଲ ମିଡିଆରେ ଜଣେ ସୈନିକଙ୍କ ପୋଷ୍ଟକୁ ଲାଇକ୍ କରିବା ସହିତ ଆରମ୍ଭ ହୁଏ । କିଛି ଅଳ୍ପ କଥାବାର୍ତ୍ତା ପରେ, ମହିଳା ଜଣକ ବନ୍ଧୁକ, ଟ୍ୟାଙ୍କ ଏବଂ ବିମାନର ସାଧାରଣ ଫଟୋ ମାଗନ୍ତି ।

ସମୟ ସହିତ, କଥାବାର୍ତ୍ତା ସିଧାସଳଖ ମେସେଜ୍ ଏବଂ ହ୍ୱାଟ୍ସଆପ୍ ଚାଟ୍ ପର୍ଯ୍ୟନ୍ତ ଗତି କରେ, ଯେଉଁଠାରେ ପାକିସ୍ତାନର ଇଣ୍ଟର-ସର୍ଭିସେସ୍ ଇଣ୍ଟେଲିଜେନ୍ସର କାର୍ଯ୍ୟକର୍ତ୍ତାମାନେ ହନି ଟ୍ରାପ୍ ରେ ପଡ଼ିଥିବା ସୈନିକଙ୍କୁ ସେନାର ଗୁପ୍ତ କଥା ପ୍ରକାଶ କରିବାକୁ ବ୍ଲାକମେଲ୍ କରିବାକୁ ଚେଷ୍ଟା କରନ୍ତି ।

Comments are closed.