ନୂଆଦିଲ୍ଲୀ: କଡା ଆଇନ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାଏ ୟୁଏଇ। ୟୁଏଇରେ ଶିଶୁମାନଙ୍କ ସୁରକ୍ଷାକୁ ନେଇ ଅନେକ କଡା ଆଇନ ରହିଛି। ଏହି ଆଇନ ଅନୁସାରେ ଉତ୍ତର ପ୍ରଦେଶର ଶାହଜାଦୀଙ୍କୁ ଦୁବାଇରେ ଫାଶୀ ସଜା ଘୋଷଣା ହୋଇଛି। ସେ ବର୍ତ୍ତମାନ ଜେଲରେ ଅଛନ୍ତି। ଏହି କଠୋର ଆଇନର ନାଁ ହେଉଛି ବଦୀମା ଲ । ଯଦି କୌଣସି ବ୍ୟକ୍ତିଙ୍କ ଅବହେଳା କାରଣରୁ କୌଣସି ଶିଶୁର ଜୀବନ ଯାଏ, ଏହି ଆଇନ ଅନୁସାରେ ବ୍ୟକ୍ତିଙ୍କୁ କଠୋର ସଜ୍ଜା ଦିଆଯାଇଥାଏ। ୨୦୧୬ ମସିହାରେ ଲାଗୁ ହୋଇଥିବା ଏହି ଆଇନକୁ ୟୁଏଇରେ ଶିଶୁ ଅଧିକାର ଆଇନ ଭାବରେ ଜଣାଯାଏ। ଶିଶୁ ପ୍ରତି ହିଂସା, ଅବହେଳା, ଶୋଷଣ ଆଦି ଅପରାଧ ପାଇଁ ଏହି ଆଇନ ଲାଗୁ କରାଯାଇଛି।
୨୦୨୦ ମସିହାରେ ସୋସିଆଲ ମିଡିଆରେ ଶାହଜାଦୀଙ୍କ ସହ ଉଜ୍ଜଏରଙ୍କ ସମ୍ପର୍କ ହୋଇଥିଲା। ବନ୍ଧୁତା ବଢିବା ପରେ ଉଜ୍ଜଏର ଶାହଜାଦୀଙ୍କୁ ଟ୍ରିଟମେଣ୍ଟ ପାଇଁ ଆଗ୍ରା ଡାକିଥିଲା। ଆଗ୍ରା ପହଞ୍ଚିବା ପରେ ଶାହଜାଦୀଙ୍କୁ ବିଳାଶପୂର୍ଣ୍ଣ ଜୀବନର ସ୍ବପ୍ନ ଦେଖାଇଥିଲା ଉଜ୍ଜଏର। ଏହାପରେ ସେ ଅବୁ ଧାବିରେ ରହୁଥିବା ତା’ର ଜଣେ ବନ୍ଧୁଙ୍କ ପାଖକୁ ଶାହଜାଦୀଙ୍କୁ ପଠାଇ ଦେଇଥିଲା। ସେଠାରେ ଶାହଜାଦୀ ରୋଗଗ୍ରସ୍ତ ୪ ମାସର ଶିଶୁର ଦେଖାଶୁଣା କରିଥିଲା। ଅଚାନକ ଶିଶୁର ମୃତ୍ଯୁ ହେବା କାରଣରୁ, ଅଭିଯୁକ୍ତ ଭାବରେ ଗିରଫ ହୋଇଥିଲେ ଶାହଜାଦୀ। ତାଙ୍କୁ ଫାଶୀ ଦଣ୍ଡ ଶୁଣାଯାଇଥିବା ବେଳେ ସେ ବର୍ତ୍ତମାନ ଜେଲରେ ଅଛନ୍ତି। ଅନ୍ୟପଟେ ଭାରତୀୟ ଦୂତାବାସ ଏହି ମାମଲାରେ ୟୁଏଇ ସରକାରଙ୍କ ସହିତ ଲଗାତର ସମ୍ପର୍କରେ ଅଛନ୍ତି।
ବଦୀମା ଲ ର ଅନୁଛେଦ ୩୫ ଅନୁସାରେ ଶିଶୁ ପ୍ରତି ହିଂସା, ଶୋଷଣ ବା କୌଣସି ପ୍ରକାର ଅବହେଳା ହେଲେ, ବ୍ୟକ୍ତିଙ୍କୁ ଜେଲଦଣ୍ଡ ସହିତ ଅତିକମରେ ୫ ହଜାର ଟଙ୍କା ଜରିମାନା ଦେବାକୁ ପଡିପାରେ। ୟୁଏଇରେ ଶିଶୁଙ୍କ ସୁରକ୍ଷା ପାଇଁ ସବୁ ସ୍ଥାନରେ କଡା ନିୟମ ଲାଗୁ କରାଯାଇଛି। ୟୁଏଇରେ ବଦୀମା ଆଇନର ମୂଳ ଉଦ୍ଦେଶ୍ୟ ହେଉଛି ଶିଶୁଙ୍କୁ ପ୍ରାଥମିକତା ଦେବା ସହିତ ସେମାନଙ୍କ ଜୀବନ ରକ୍ଷା କରିବା।
Comments are closed.