Latest Odisha News

BREAKING NEWS

ଅନୁଗୁଳ ଓ ଢ଼େଙ୍କାନାଳ ସମେତ ୧୦ଟି ସ୍ଥାନରେ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ନୂତନ ଗୃହ ଲୋକାର୍ପଣ

ଅନୁଗୁଳ : ଅନୁଗୁଳ ଓ ଢ଼େଙ୍କାନାଳ ସମେତ ୧୦ଟି ସ୍ଥାନରେ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ନୂତନ ଗୃହର ହୋଇଛି ଲୋକାର୍ପଣ । କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ନୂତନ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ଲୋକାର୍ପଣ କରିଛନ୍ତି । ଜାତୀୟ ଶିକ୍ଷା ନୀତି ୨୦୨୦ରେ ପିଲାଙ୍କୁ ଶିକ୍ଷା ପ୍ରତି ଆକୃଷ୍ଟ କରିବା ପାଇଁ ବ୍ୟବସ୍ଥା ହୋଇଥିବା ବେଳେ, ବିଦ୍ୟା ଭାରତୀୟ ଦ୍ବାରା ପରିଚାଳିତ ଶିଶୁ ବାଟିକା ଓ ବିଦ୍ୟା ପ୍ରବେଶ କାର୍ଯ୍ୟକ୍ରମ ନୂତନ ଶିକ୍ଷା ନୀତିର ମଡ୍ୟୁଲ ପାଇଁ ଉପଯୋଗୀ ହୋଇଛି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ।

BjdElectrycity

ସାମାଜିକ, ସାଂସ୍କୃତିକ ଓ ବୌଦ୍ଧିକ ଯାତ୍ରାରେ ସରସ୍ବତୀ ଶିଶୁ ମନ୍ଦିରର ଭୂମିକା ଗୁରୁତ୍ବପୂର୍ଣ୍ଣ । ଇଣ୍ଡିଆନ୍ ଅଏଲର ସାମାଜିକ ଉତ୍ତର ଦାୟିତ୍ବ କାର୍ଯ୍ୟକ୍ରମ ଅନ୍ତର୍ଗତ ‘ଜ୍ଞାନଦେୟ’ର ମୋଟ୍ ୨୪ କୋଟି ଟଙ୍କା ଆର୍ଥିକ ସହାୟତାରେ ଅନୁଗୁଳ ଓ ଢ଼େଙ୍କାନାଳ ଜିଲ୍ଲା ସମେତ ୧୦ଟି ସ୍ଥାନରେ ନିର୍ମାଣ ହୋଇଥିବା ସରସ୍ବତୀ ବିଦ୍ୟାଳୟର ନୂତନ ଶ୍ରେଣୀଗୃହ ଓ ଅନ୍ୟାନ୍ୟ ସୁବିଧା ପାଠପଢ଼ା ପ୍ରତି ଛାତ୍ରଛାତ୍ରୀଙ୍କ ଆତ୍ମବିଶ୍ବାସକୁ ଉଜ୍ଜୀବିତ କରିବ । ଏହାଦ୍ବାରା ଏହି ୧୦ଟି ସ୍କୁଲରେ ପାଠ ପଢ଼ୁଥିବା ୧୨ ହଜାରରୁ ଅଧିକ ଛାତ୍ରଛାତ୍ରୀମାନେ ଉପକୃତ ହୋଇପାରିବେ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ।

ଅନୁଗୁଳ ଜିଲ୍ଲାରେ ଅନେକ ବୈଷୟିକ ଓ ଶିଳ୍ପାନୁଷ୍ଠାନ ରହିଥିବା ବେଳେ, ଜାତୀୟ ଶିକ୍ଷା ନୀତି ଆଧାରରେ ଅନୁଗୁଳକୁ ଏକ ସମ୍ପୂର୍ଣ୍ଣ କୌଶଳ ବିକାଶ ଯୁକ୍ତ ଜିଲ୍ଲା ଭାବରେ ଗଢ଼ି ତୋଳିବା ପାଇଁ ତଥା ୧୫ରୁ ୨୫ ବର୍ଷର ପିଲାଙ୍କୁ କୌଶଳ ତାଲିମ ଦେବା ପାଇଁ ମାଷ୍ଟର ପ୍ଲାନ୍ ଆରମ୍ଭ ହୋଇଛି । ଅନୁଗୁଳକୁ ସମୃଦ୍ଧଶାଳୀ କରିବା ପାଇଁ କେନ୍ଦ୍ର ସରକାର ପ୍ରତିଶ୍ରୁତି ବଦ୍ଧ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

Leave A Reply

Your email address will not be published.