ଭୁବନେଶ୍ବର: ଜାମଦା ତହସିଲଦାର ମଧୁସ୍ମିତା ସିଂଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ ଇଓଡବ୍ଲୁ । ଝାରସୁଗୁଡ଼ା ଜିଲ୍ଲାର ବହୁଚର୍ଚ୍ଚିତ ବେଲପାହାଡ଼ ମ୍ୟୁନିସିପାଲଟି ଦୁର୍ନୀତି ଘଟଣାରେ ତାଙ୍କୁ ଗିରଫ କରାଯାଇଛି ।
ଝାରସୁଗୁଡା ବେଲପାହାଡ ମ୍ୟୁନିସିପାଲିଟିରେ ନିର୍ବାହୀ ଅଧିକାରୀ ଥିବା ବେଳେ ୪ କୋଟି ଟଙ୍କାର ସରକାରୀ ଅର୍ଥକୁ ହେରଫେର କରିଥିଲେ । ଏହି ଘଟଣାରେ ପୂର୍ବରୁ ରାଜ୍ୟ ସରକାର ମଧୁସ୍ମିତା ସିଂଙ୍କୁ ନିଲମ୍ବିତ କରିଛନ୍ତି । ପ୍ରଥମେ ବେଲପାହାଡ଼ ପୁଲିସ ଏକ ମାମଲା ରୁଜୁ କରି ତତ୍କାଳୀନ ଆକାଉଣ୍ଟାଣ୍ଟ ବିଭୁତି ସହୁକୁ ଗିରଫ କରିଥିଲେ। ଗତ ୨୭ ତାରିଖରେ ମାମଲା ଇଓଡବ୍ଲୁ ହସ୍ତାନ୍ତର ହେବା ପରେ ୩୦ ତାରିଖରେ ମଧୁସ୍ମିତା ସିଂଙ୍କୁ ରାଜ୍ୟ ସରକାରଙ୍କ ରାଜସ୍ବ ବିଭାଗ ପକ୍ଷରୁ ନିଲମ୍ବନ କରାଯାଇଥିଲା ।
କେବଳ ପୂର୍ବତନ ନିର୍ବାହୀ ଅଧିକାରୀଙ୍କ ସମୟରେ ନୁହେଁ ବରଂ ଏବେର ନିର୍ବାହୀ ଅଧିକାରୀ ଗୌରବ ଚନ୍ଦ୍ର ପ୍ରଧାନଙ୍କ ସମୟରେ ମଧ୍ୟ କ୍ୟାସ୍ବୁକ୍ ନଦେଖି ୨ କୋଟିରୁ ଅଧିକ ଟଙ୍କାର ପେମେଣ୍ଟ ହୋଇଥିବା ଘଟଣା ଜଣାପଡ଼ିଥିଲା ।
ଏହି ଘଟଣା ପରେ ଇଓଡବ୍ଲ୍ୟୁ ପୁଣିଥରେ ଶ୍ରୀ ପ୍ରଧାନଙ୍କୁ ପଚରାଉଚରା କରିବାକୁ ଡକାଇଥିବା ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିଛି । କିନ୍ତୁ ନିର୍ଦ୍ଧିଷ୍ଟ କେତେ ତାରିଖ ସୁଦ୍ଧା ହାଜର ହେବାକୁ ଶ୍ରୀ ପ୍ରଧାନଙ୍କୁ ଡକରା ହୋଇଛି ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇପାରିନି ।
Comments are closed.