Latest Odisha News

BREAKING NEWS

ସର୍ବସାଧାରଣଙ୍କ ପାଇଁ ଖୋଲିଲା ରାଷ୍ଟ୍ରପତି ଭବନର ମୋଗଲ ଗାର୍ଡେନ୍

ନୂଆଦିଲ୍ଲୀ: ଆଜଠୁ ସର୍ବସାଧାରଣଙ୍କ ପାଇଁ ଖୋଲିଲା ରାଷ୍ଟ୍ରପତି ଭବନ ପରିସରରେ ଥିବା ମୋଗଲ ବାଟିକା । ବିଭିନ୍ନ ପ୍ରଜାତିର ରଙ୍ଗ ବେରଙ୍ଗ ଫୁଲ ଦେଖି ପାରିବେ ଦର୍ଶକ । ଆଜିଠାରୁ ମାର୍ଚ୍ଚ ୨୧ ତାରିଖ ଯାଏ ସକାଳ ୧୦ଟାରୁ ସନ୍ଧ୍ୟା ୫ଟା ଯାଏ ମୋଗଲ ବାଟିକା ବୁଲିବାର ସୁଯୋଗ ପାଇବେ ଦର୍ଶକ । ୧୫ ଏକର ବିଶିଷ୍ଟ ମୋଗଲ ଗାର୍ଡେନ୍ ।

କୋଭିଡ୍‌-୧୯ ମହାମାରୀ ଯୋଗୁଁ ଏ ବର୍ଷ କେବଳ ଅନ୍‌ଲାଇନ୍‌ ବୁକିଂ ଆଧାରରେ ପ୍ରବେଶ ଅନୁମତି ଦିଆଯାଇଛି । ପୂର୍ବବର୍ଷ ଭଳି ‘ଓ୍ଵାକ୍‌-ଇନ୍‌-ଏଣ୍ଟ୍ରି’ ଏବର୍ଷ ନିଷେଧ କରାଯାଇଛି । ୭ ଘଣ୍ଟିଆ ସ୍ଲଟ୍‌ରେ ଅନ୍‌ଲାଇନ୍‌ ବୁକିଂ କରାଯାଉଛି । ପ୍ରତି ସ୍ଲଟ୍‌ରେ ରହିବେ ୧୦୦ ଜଣ ଲେଖାଏ ଦର୍ଶକ ।

ରାଷ୍ଟ୍ରପତି ଭବନ ପରିସରରେ ଥିବା ୩୫ ନମ୍ବର ଫାଟକ ଦେଇ ଅନ୍‌ଲାଇନ୍‌ ଦର୍ଶକମାନେ ପ୍ରବେଶ ଓ ପ୍ରସ୍ଥାନ କରି ପାରିବେ । ପ୍ରତି ସୋମବାର ଦିନ ଉଦ୍ୟାନ ବନ୍ଦ ରହିବ ବୋଲି ରାଷ୍ଟ୍ରପତି ଭବନରୁ କୁହାଯାଇଛି ।

Leave A Reply

Your email address will not be published.