Latest Odisha News

BREAKING NEWS

ଏକାମ୍ର କ୍ଷେତ୍ର ବାଇ ଲ’ ପ୍ରତ୍ୟାହାର ଦାବିରେ କେନ୍ଦ୍ରମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀଙ୍କୁ ଭେଟିଲେ ବିଜେଡି ସାଂସଦ

ନୂଆଦିଲ୍ଲୀ: ଶ୍ରୀକ୍ଷେତ୍ର ପରେ ଏକାମ୍ର କ୍ଷେତ୍ର ପାଇଁ ଡ୍ରାଫ୍ଟ ବାଇ ଲ’ ପ୍ରତ୍ୟାହାର ଦାବି ତେଜିଲା । ଭୁବନେଶ୍ୱରରୁ ଅସନ୍ତୋଷର ସ୍ୱର ଦିଲ୍ଲୀ ଦରବାର ଯାଏ ତେଜିଛି । ଆଜି ଦିଲ୍ଲୀରେ କେନ୍ଦ୍ର ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀଙ୍କୁ ଭେଟିଛନ୍ତି ବିଜେଡି ସଂସଦୀୟ ଦଳ ନେତା । ଲୋକସଭାରେ ବିଜେଡି ସଂସଦୀୟ ଦଳ ନେତା ପିନାକୀ ମିଶ୍ରଙ୍କ ନେତୃତ୍ୱରେ ବିଜେଡି ସାଂସଦମାନେ କେନ୍ଦ୍ରମନ୍ତ୍ରୀଙ୍କୁ ଭେଟି ବାଇ ଲ’ ପ୍ରତ୍ୟାହାର କରିବାକୁ ଦାବି ରଖିଛନ୍ତି ।

ଏକାମ୍ର କ୍ଷେତ୍ରର ଶ୍ରୀଅନ୍ତନ ବାସୁଦେବ ମନ୍ଦିର ଓ ଶ୍ରୀ ବ୍ରହ୍ମେଶ୍ୱର ମନ୍ଦିର ପାଇଁ କେନ୍ଦ୍ର ସରକାର ଜାତୀୟ ସ୍ମାରକୀ ପ୍ରାଧିକରଣଙ୍କ (ଏନଏମଏ) ପ୍ରସ୍ତାବିତ ବାଇ ଲ’କୁ ନେଇ ଅସନ୍ତୋଷ ତେଜୁଛି । ଗତକାଲି ରାଜ୍ୟର ସବୁ ସାଂସଦଙ୍କୁ ଦଳମତ ନିର୍ବିଶେଷରେ ଏକାଠି ହୋଇ କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କ ନିକଟରେ ଏକାମ୍ର କ୍ଷେତ୍ର ବାଇ ଲ’ ପ୍ରତ୍ୟାହାର ପାଇଁ ଦାବି ରଖିବାକୁ ଅନୁରୋଧ କରିଥିଲେ ।

ସେହିପରି ଗତକାଲି ଲିଙ୍ଗରାଜ ମନ୍ଦିର ଆଗରେ ହଜାର ହଜାର ଭକ୍ତ ସମୁହ ଦୀପଦାନ କରିଥିଲେ । ଏକାମ୍ର କ୍ଷେତ୍ର ପାଇଁ ଚିଠା ଉପନିୟମ ତୁରନ୍ତ ପ୍ରତ୍ୟାହାର ପାଇଁ ଦାବି କରିଥିଲେ । ଏକାଠି ହୋଇଥିଲେ ସେବାୟତ ଓ ଏକାମ୍ର କ୍ଷେତ୍ର ବାସିନ୍ଦା ।

Leave A Reply

Your email address will not be published.