Latest Odisha News

BREAKING NEWS

ମିଥ୍ୟା ଦୁଷ୍କର୍ମ ମାମଲାରେ ଫସାଇ ଗିରଫ ହେଲେ ଯୁବକ !

ରାଉରକେଲା: ଏକ ଘରୋଇ ସ୍କୁଲର ମାଲିକଙ୍କ ବିରୋଧରେ ମିଥ୍ୟା ଦୁଷ୍କର୍ମ ଅଭିଯୋଗ ଲଗାଇବା ମାମଲାରେ ପ୍ଲାଣ୍ଟ ସାଇଟ୍ ପୋଲିସ ଜଣେ ୨୮ ବର୍ଷୀୟ ବ୍ୟକ୍ତିଙ୍କୁ ଗିରଫ କରିଛି ।

ପ୍ରାପ୍ତ ସୂଚନାନୁଯାୟୀ ସମ୍ପୃକ୍ତ ବ୍ୟକ୍ତି ଜଣକ ନାମ ନିତିଶ ଗୁପ୍ତା । ସେ ବଣ୍ଡମୁଣ୍ଡାରେ ଥିବା ଏକ ଘରୋଇ ବିଦ୍ୟାଳୟର ମାଲିକ ବିଭୂତି ଗୁପ୍ତା (୪୫)ଙ୍କୁ ଦୁଷ୍କର୍ମ ମାମଲାରେ ଫସାଇବାକୁ ଚେଷ୍ଟା କରିଥିଲେ । ଏପରିକି ସେ ଜଣେ ଝିଅକୁ ତାଙ୍କ ବିରୋଧରେ ଅଭିଯୋଗ କରିବା ପାଇଁ କହିଥିଲା ।

ଏନେଇ ଗଣମାଧମକୁ ସୂଚନା ଦେଇ ପ୍ଲାଣ୍ଟ ସାଇଟ୍ ଆଇଆଇସି ଏକେ ପ୍ରଧାନ କହିଛନ୍ତି, ସ୍କୁଲ ଅଫିସ ମଧ୍ୟରେ ବିଭୂତି ତାଙ୍କୁ ଦୁଷ୍କର୍ମ କରିଥିବା ନେଇ ସମ୍ପୃକ୍ତ ଝିଅ ଅଭିଯୋଗ କରିଥିଲେ । ପରେ ତାଙ୍କ ଅଭିଯୋଗକୁ ଆଧାର କରି ଗତ ଫେବୃଆରୀ ୨୬ରେ ବିଭୂତିଙ୍କୁ ଗିରଫ କରାଯାଇଥିଲା ।

ତେବେ ଏଭଳି ଅଭିଯୋଗ ପାଇଁ ସମ୍ପୃକ୍ତ ଝିଅକୁ ମନାଇବା ଲାଗି ନିତିଶ ଉକ୍ତ ବିଦ୍ୟାଳୟର ଜଣେ ଛାତ୍ରଙ୍କୁ ବାଧ୍ୟ କରିଥିଲେ ବୋଲି ଜଣାପଡିଥିଲା ।

Leave A Reply

Your email address will not be published.