ମୁମ୍ବାଇ: ଦୀର୍ଘ ୧୧ ବର୍ଷ ପରେ ତେଲୁଗୁ ସୁପରଷ୍ଟାର ରାମ ଚରଣ ବାପା ହୋଇଛନ୍ତି । ଜୁନ୍ ୨୦ ତାରିଖରେ ତାଙ୍କ ସ୍ତ୍ରୀ ଉପାସନା କୋନିଡେଲା ହାଇଦ୍ରାବାଦର ଏକ ଘରୋଇ ହସପଟାଲରେ ଏକ ଶିଶୁକନ୍ୟାକୁ ଜନ୍ମ ଦେଇଥିଲେ । ଏନେଇ ଉଭୟଙ୍କ ଘରେ ଖୁସିର ଲହରି ଖେଳିଯାଇଛି । ଶୁକ୍ରବାର ରାମଚରଣ ଏବଂ ଉପାସନାଙ୍କ ଝିଅର ନାମକରଣ ସମାରୋହ ଧୁମ୍ଧାମ୍ରେ ଅନୁଷ୍ଠିତ ହୋଇଯାଇଛି । ରାମଚରଣ ତାଙ୍କ ଝିଅର ନାଁ କ୍ଲିନ୍ କାରା ବୋଲି ରଖିଛନ୍ତି ।
ଏହି ଉତ୍ସବରେ ଦୁଇ ପରିବାରର ସମସ୍ତ ସଦସ୍ୟଙ୍କ ସହ ବନ୍ଧୁବାନ୍ଧବ ଓ ବହୁ ସମ୍ପର୍କୀୟ ସାମିଲ ହୋଇଥିଲେ । ଏହି ଉତ୍ସବରେ ରାମଚରଣଙ୍କ ଝିଅଙ୍କୁ ଅମ୍ବାନୀ ପରିବାର ପକ୍ଷରୁ ଏକ ଦାମୀ ଉପହାର ମିଳିଛି, ଯାହାକୁ ନେଇ ଏବେ ଖୁବ୍ ଚର୍ଚ୍ଚା । ମୁକେଶ ଅମ୍ବାନୀ ସୁନାର ଏକ ଝୁଲଣା ଦେଇଥିବା ଜଣାଯାଇଛି । ଏହାର ଦାମ କୋଟିଏ ଟଙ୍କାରୁ ଅଧିକ ହୋଇପାରେ ।
Comments are closed.