Latest Odisha News

BREAKING NEWS

ବିଶ୍ୱକପ ଯୋଗ୍ୟତା ହାସଲ କରିପାରିଲା ନାହିଁ ୨ଥର ଚାମ୍ପିୟନ ୱେଷ୍ଟଇଣ୍ଡିଜ

ନୂଆଦିଲ୍ଲୀ: ଭାରତରେ ହେବାକୁ ଥିବା ଦିିନିକିଆ ବିଶ୍ୱକପ କ୍ରିକେଟ ପାଇଁ ୱେଷ୍ଟଇଣ୍ଡିଜ ଯୋଗ୍ୟତା ହାସଲ କରିପାରି ନାହିଁ । ଶନିବାର ଗୁରୁତ୍ୱପୂର୍ଣ୍ଣ ମୁକାବିଲାରେ ସ୍କଟଲାଣ୍ଡ ନିକଟରୁ ୨ଥର ଚାମ୍ପିୟନ ୱେଷ୍ଟଇଣ୍ଡିଜ ପରାଜିତ ହୋଇଥିଲା । ୧୯୭୫, ୧୯୭୯ରେ ୱେଷ୍ଟଇଣ୍ଡିଜ ଚାମ୍ପିୟନ ହୋଇଥିବା ବେଳେ ୧୯୮୩ରେ ରନର୍ସଅପ ହୋଇଥିଲା । ଏହି ସଂସ୍କରଣରେ ଭାରତ ଚାମ୍ପିୟନ ହୋଇଥିଲା । ପ୍ରଥମ ଥର ପାଇଁ ୱେଷ୍ଟଇଣ୍ଡିଜ ଏହି ମେଗା ଇଭେଂଟ ପାଇଁ ଯୋଗ୍ୟତା ହାସଲ କରପାରି ନାହିଁ । ପ୍ରଥମ ୮ଟି ସ୍ଥାନରେ ଥିବା ବିଶ୍ୱକପ ପାଇଁ ସିଧାସଳଖ ଯୋଗ୍ୟତା ହାସଲ କରିଥିବା ବେଳେ ୱେଷ୍ଟଇଣ୍ଡିଜ ୯ମ ସ୍ଥାନରେ ରହିଥିଲା । ଫଳରେ ଏହି ଟିମକୁ ବିଶ୍ୱକପ କ୍ୱାଲିଫାୟର୍ସ ଖେଳିବାକୁ ପଡିଥିଲା ।

ଜିମ୍ବାୱେ, ନେଦରଲାଣ୍ଡସ, ଆମେରିକା ଓ ନେପାଳ ସହ ଗ୍ରୁପ ଏରେ ୱେଷ୍ଟଇଣ୍ଡିଜ ସ୍ଥାନ ପାଇଥିଲା । ୩ଟି ଗ୍ରୁପରୁ ୨ଟି ଲେଖାଁଏ ଟିମ ସୁପର ସିକ୍ସକୁ ଉନ୍ନୀତ ହେବେ । ଏହା ପରେ ପ୍ରଥମ ୨ଟି ଟିମ ଯୋଗ୍ୟତା ଅର୍ଜନ କରିବେ । ଜିମ୍ବାୱେ ଓ ନେଦରଲାଣ୍ଡସ ପରେ ୱେଷ୍ଟଇଣ୍ଡିଜ ସ୍କଟଲାଣ୍ଡଠାରୁ ପରାଜିତ ହୋଇଥିଲା । ହାତରେ ଆଉ ୨ଟି ମ୍ୟାଚ ବାକିଥିଲେ ମଧ୍ୟ ଦଳ ଆଉ ଯୋଗ୍ୟତା ହାସଲ କରିପାରିବ ନାହିଁ । ଜିମ୍ବାୱେ ଓ ଶ୍ରୀଲଙ୍କା ସୁପର ସିକ୍ସର ପ୍ରଥମ ମ୍ୟାଚରେ ବିଜୟ ହାସଲ କରି ସୁବିଧାଜନକ ସ୍ଥିତିିରେ ରହିଛନ୍ତି ।

Leave A Reply

Your email address will not be published.