ଡେରାଡୁନ: କେଦାରନାଥ ଏବଂ ବଦ୍ରିନାଥ ଧାମ ଦର୍ଶନ କରିଛନ୍ତି ରିଲିୟାନସ ଇଣ୍ଡଷ୍ଟ୍ରିଜର ଚେୟାରମ୍ୟାନ ମୁକେଶ ଅମ୍ବାନି । ଏହି ଅବସରରେ ଦୁଇ ଧାମର ଉନ୍ନତି ପାଇଁ 5 କୋଟି ଟଙ୍କା ଦାନ କରିଛନ୍ତି । ପରିବାର ସହ ବାବାଙ୍କ ଦର୍ଶନ ପରେ କେଦାରନାଥରେ ଚିକିତ୍ସା ସେବା ସହ ଆଇସିୟୁ ବ୍ୟବସ୍ଥା କରିବାକୁ କହିଛନ୍ତି ମୁକେଶ ଅମ୍ବାନି ।
#WATCH | Reliance Industries Chairman Mukesh Ambani visited Badrinath Dham and Kedarnath Dham today. He performed puja at both temples. The industrialist donated Rs 5 crores to The Badri-Kedar Temple Committee (BKTC) pic.twitter.com/DTrX4eCPvv
— ANI UP/Uttarakhand (@ANINewsUP) October 13, 2022
ଭାରତର ଦ୍ବିତୀୟ ଧନୀ ମୁକେଶ ଅମ୍ବାନି 10 ଲକ୍ଷ କୋଟିରୁ ଅଧିକ ସଂମ୍ପତ୍ତିର ମାଲିକ ଅଛନ୍ତି । ଅମ୍ବାନିଙ୍କ ସହ କଂପାନିର ବରିଷ୍ଠ ଅଧିକାରୀମାନେ ମଧ୍ୟ କେଦାରନାଥରେ ବାବାଙ୍କୁ ଦର୍ଶନ କରିଥିଲେ । ସେଠାରେ ଗୀତା ପାଠ ମଧ୍ୟ କରିଥିଲେ ଅମ୍ବାନି ପରିବାର । ଅନେକ ସମୟରେ କେଦାରନାଥ ଧାମରେ ମେଡିକାଲ ସୁବିଧା ନଥିବାରୁ ରୋଗୀଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଥିଲା । ଏବେ ମେଡିକାଲ ପ୍ରତିଷ୍ଠା ହେଲେ ଆକସ୍ମିକ କିଛି ଘଟଣା ଘଟିଲେ ଚିକିତ୍ସା କରାଯାଇପାରିବ ବୋଲି ମୁକେଶ ଅମ୍ବାନି କହିଛନ୍ତି ।
Comments are closed.