ଭୁବନେଶ୍ବର: ରାଜ୍ୟରେ ଆରମ୍ଭ ହେବ ମୁଖ୍ୟମନ୍ତ୍ରୀ ବସ୍ ସେବା । ମୁଖ୍ୟମନ୍ତ୍ରୀ ବସ୍ ସେବାରେ ମହିଳା, ଦିବ୍ୟାଙ୍ଗ ଓ କିନ୍ନରମାନଙ୍କୁ ୫୦ ପ୍ରତିଶତ ରିହାତି ମିଳିବ । ସେହିପରି ଛାତ୍ର, ବରିଷ୍ଠ ନାଗରିକମାନେ ମଧ୍ୟ ୫୦ ପ୍ରତିଶତ ରିହାତିରେ ଯାତ୍ରା କରିପାରିବେ । ବସ୍ରେ ସିସିଟିଭି, ଲାଇଭ ଭ୍ୟାନ ଟ୍ରାକିଂ, ପାନିକ୍ ବଟନ ରହିବ। ବସ୍ରେ ମହିଳା ଓ ଶିଶୁମାନଙ୍କ ସୁରକ୍ଷା ଉପରେ ବିଶେଷ ଧ୍ୟାନ ରହିବ । ତେବେ ଏହି ପ୍ରସ୍ତାବ ସହ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟର ଏକ ବୈଠକରେ ୫ ବିଭାଗର ୮ଟି ପ୍ରସ୍ତାବ ଉପରେ ମଞ୍ଜୁରୀ ହୋଇଛି ।
ବୈଠକ ପରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା କ୍ୟାବିନେଟ ବୈଠକରେ ହୋଇଥିବା ନିଷ୍ପତ୍ତି ସମ୍ପର୍କରେ ଗଣ ମାଧ୍ୟମକୁ ସୂଚନା ଦେଇଥିଲେ ।
ସେଥିମଧ୍ୟରୁ ବାଣିଜ୍ୟ ଓ ପରିବହନ ବିଭାଗରେ ‘ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା’କୁ କ୍ୟାବିନେଟରେ ମଞ୍ଜୁରୀ ମିଳିଛି । ଏହା ଦ୍ବାରା ୧୦୦୦ କୋଟି ବ୍ୟୟରେ ଆନୁମାନିକ ୫୦୦ କିମି ନୂତନ ରାସ୍ତା ନିର୍ମାଣ ହେବ। ନିର୍ବାଚନ ମଣ୍ଡଳୀରେ ଥିବା ସଡ଼କ ନିର୍ମାଣ ଓ ମରାମତି ପାଇଁ ନୂତନ ଯୋଜନାକୁ ମଞ୍ଜୁରୀ । ସେହିପରି, ରାଜ୍ୟ ସରକାର ‘ବିପର୍ଯ୍ୟୟ ପ୍ରତିରୋଧକ ସଡ଼କ’ ନାଁରେ ନୂତନ ଯୋଜନାକୁ ମଞ୍ଜୁରୀ ଦେଇଛନ୍ତି । ଏହା ଦ୍ବାରା ୧୦୦୦ କୋଟି ବ୍ୟୟରେ ଆନୁମାନିକ ୫୦୦ କିମି ନୂତନ ରାସ୍ତା ନିର୍ମାଣ ହେବ ।
ପଶୁ ସଂପଦ ବିଭାଗ ପାଇଁ ରାଜ୍ୟ ସରକାର ପ୍ରାଣୀ ଚିକିତ୍ସା ବୈଷୟିକ ସେବା ନିୟମକୁ ମଞ୍ଜୁରୀ ଦେଇଛନ୍ତି । ଓଡ଼ିଶା ପ୍ରାଣୀ ଚିକିତ୍ସା ବୈଷୟିକ ସେବା କ୍ୟାଡ଼ରରେ ଗ୍ରୁପ-ବି ରେ ୧୧୩ ନୂଆ ପଦବୀ ସୃଷ୍ଟି କରାଯାଇଛି ।
ସେହିପରି ଅର୍ଥ ବିଭାଗ ପାଇଁ ପେନସନ ରୂଲରେ ୨୦ ଟି ସଂଶୋଧନ ହୋଇଛି । ସରକାରୀ କର୍ମଚାରୀ ଇସ୍ତଫା ଦେଲେ, ୯୦ ଦିନ ଭିତରେ ପୁନର୍ବାର ବିଚାର କରି ସରକାରଙ୍କୁ ଅନୁରୋଧ କରି ପାରିବେ । ସେହିଭଳି ପୂର୍ବରୁ ଅବିବାହିତ ଝିଅଙ୍କ ପାଇଁ ଫ୍ୟାମିଲି ପେନସନରେ ବ୍ୟବସ୍ଥା ଥିବାବେଳେ, ଏବେ ଏଥିରେ ସଂଶୋଧନ କରାଯାଇଛି । ଏଥିରେ ଯଦି ଝିଅ ଭିନ୍ନକ୍ଷମ ହୋଇଥାନ୍ତି ଓ ତାଙ୍କ ବାହାଘର ହୋଇଛି ସେ ପେନସନ ପାଇବାକୁ ଯୋଗ୍ୟ ବିବେଚିତ ହେବେ । କିନ୍ତୁ ତାଙ୍କ ପରିବାର ଆୟ ୫ ଲକ୍ଷରୁ କମ ଥିବା ଆବଶ୍ୟକ । ଆର୍ମିରୁ ଅବସର ପରେ ଓଡିଶା ସରକାରରେ ଚାକିରି କରୁଥିବା କର୍ମଚାରୀଙ୍କୁ ଉଭୟ ଆର୍ମି ଓ ଓଡ଼ିଶା ସରକାରରୁ ମିଳିବ ।
ସ୍ୱାସ୍ଥ୍ୟ ବିଭାଗ ପାଇଁ ମାଗଣା ନିଦାନ ଏବଂ ଡାଇଲିସିସ ସେବା ପ୍ରଦାନ କରାଯିବ । ନିର୍ମଳ ସାର୍ବଜନୀନ ସ୍ୱାସ୍ଥ୍ୟ କେନ୍ଦ୍ରରେ ଆନୁଷଙ୍ଗିକ ସେବାକୁ ସୁଦୃଢ ହେବ । ଏଥିପାଇଁ ୫୧୭୪.୭୯ କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଛି ।
Comments are closed.